ଓଡ଼ିଶା

ମାନସ ସ୍ୱାଇଁ ହତ୍ୟା ମାମଲାରେ ମିଳିଲା ଶେଷ ଚିଠି, ମୃତ୍ୟୁ ପୂର୍ବରୁ ଲେଖିଥିଲେ ନିର୍ଯାତନାର କାହାଣୀ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ଵାଇଁ ହତ୍ୟା ମାମଲା । ହତ୍ୟା ପୂର୍ବରୁ ମାନସ ଲେଖିଥିଲେ ୩ ପୃଷ୍ଠାର ଚିଠି । ଏଥିରେ ନିର୍ଯାତନାର କୋହଭରା କାହାଣୀ ଲେଖିଥିଲେ ମାନସ ସ୍ୱାଇଁ । ଏନେଇ ବୃଦ୍ଧାଶ୍ରମର ଲେଡି କେୟାର ଟେକର ବିସ୍ଫୋରକ ବୟାନ ଦେଇଛନ୍ତି । ହତ୍ୟା ପୂର୍ବରୁ ୩ ପୃଷ୍ଠାର ଚିଠି ଲେଖିଥିଲେ ମାନସ । ବନ୍ଦ ଘରେ କିଭଳି ହତ୍ୟାକାରୀ ନିର୍ଯ୍ୟାତନା ଦେଉଥିଲେ ସେନେଇ ଚିଠିରେ ଲେଖିଥିଲେ ମାନସ । ପାପୀଙ୍କ ହାତରେ ମୃତଦେହ ନ ଦେଇ ପରିବାର ଲୋକଙ୍କୁ ଦେବାକୁ ଚିଠିରେ ଲେଖିଥିଲେ ମାନସ । ତେବେ ମାନସ ଲେଖିଥିବା ଚିଠିକୁ ଛଡାଇ ନେଇଥିଲେ ଶର୍ମିଷ୍ଠା ।

ମାନସଙ୍କୁ ହତ୍ୟା କରିବା ପୂର୍ବର ଏହି ଚିଠି ପାଇଥିଲେ ଦୟାଲ ଆଶ୍ରମର କେୟାର ଟେକର । କେୟାର ଟେକର ଝାଡୁ କଲା ବେଳେ ଏହି ଚିଠି ପାଇଥିଲେ । ମାନସଙ୍କ ହାତ ଲେଖା ଏହି ଚିଠି ପାଇବା ପରେ ଶର୍ମିଷ୍ଠାଙ୍କୁ ଦେଇଥିଲେ କେୟାର ଟେକର । ତେବେ କ୍ୟାମେରାମ୍ୟାନ ମାନସ ସ୍ବାଇଁଙ୍କ ହାତଲେଖା ଶେଷ ଚିଠି କୁଆଡେ ଗଲା ସେ ନେଇ ଖୋଳତାଡ଼ କରାଯିବ ବୋଲି କହିଛି ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com