ଓଡ଼ିଶା

କୁକୁଡ଼ାଖଣ୍ଡି ବ୍ଲକ ଜଗଦଳପୁର ପଞ୍ଚାୟତରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର: କୁକୁଡ଼ାଖଣ୍ଡି ବ୍ଲକ ଜଗଦଳପୁର ପଞ୍ଚାୟତରେ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାକୃତିକ ପରିବେଶର ସୁରକ୍ଷା ସାଙ୍ଗକୁ ଗୋଟିଏ ଗଛ କୋଟିଏ ଜୀବନ ଲକ୍ଷ୍ୟରେ ବୃକ୍ଷ ରୋପଣ କରି ସବୁଜ ବିପ୍ଳବ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ସାରା ରାଜ୍ୟରେ ଜାରି ରହିଛି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ।

ଏହି ଉଦ୍ଦେଶ୍ୟରେ କୁକୁଡ଼ାଖଣ୍ଡି ବ୍ଲକର ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଜଗଦଳପୁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ମା ହରଚଣ୍ଡୀ ମନ୍ଦିର ରାସ୍ତାର ଉଭୟ ପାର୍ଶ୍ଵ ଏବଂ ଅନ୍ୟ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ସ୍ଥାନୀୟ ସରପଞ୍ଚ କ୍ରାନ୍ତୀ କୁମାରୀ ଦେବୀଙ୍କ ନେତୃତ୍ୱରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବରିଷ୍ଠ ବିଜେଡି ନେତା ତଥା ଜଗଦଳପୁର ସମିତି ସଭ୍ୟ ବି.ରବୀନ୍ଦ୍ର ପାତ୍ର,ବ୍ଲକ ଯୁବ ବିଜେଡି ସଭାପତି ସଞ୍ଜୟ ସାହୁ,ବ୍ଲକ ଛାତ୍ର ସଭାପତି ତଥା ବେନ୍ଦାଳିଆ ସରପଞ୍ଚ ରାଧା ମୋହନ ସେଠି, ନାୟବ ସରପଞ୍ଚ ଏସ୍. ମନୋଜ କୁମାର ପାତ୍ର, କେ.ତ୍ରିନାଥ ପାତ୍ର, ଏସ୍.ଦଣ୍ଡପାଣି ପାତ୍ର, ସିଏଚ୍.ରାମେୟା ପାତ୍ର, ପି.ରବିନ୍ଦ୍ର ଦାସ, ନାରାୟଣ ପ୍ରଧାନ, କେ.ଅମିତ କୁମାର, କେ.ଲିପୁନ୍ ଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com