Featuredଓଡ଼ିଶାସ୍ୱାସ୍ଥ୍ୟ

ଆକ୍ଟିଭ ମୁଡ଼ରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ, କଟକ ଏବଂ ବରଗଡରୁ ନକଲି ଔଷଧ ଜବତ

ଭୁବନେଶ୍ୱର: ନକଲି ଔଷଧ ବିରୁଦ୍ଧରେ ରାଜ୍ୟବ୍ୟାପୀ ଲଢେଇ ଜାରି ରହିଛି । ଏହି କ୍ରମରେ ଆଜି କଟକ ଓ ବରଗଡର ଦୁଇଟି ଗୋଦାମରୁ ନକଲି ଔଷଧ ଜବତ କରାଯାଇଛି ।

ଏ ନେଇ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ୍ କହିଥିଲେ ଯେ ସନ୍ଦେହାତ୍ମକ ଔଷଧ ପ୍ରସ୍ତୁତିରେ ଲିପ୍ତ ସଂସ୍ଥାକୁ ଔଷଧର ପରୀକ୍ଷା ବିବରଣୀ ସହ ସବିଶେଷ ତଥ୍ୟ ଦେବା ପାଇଁ କୁହାଯାଇଥିଲା । ତାଙ୍କଠାରୁ ମିଳିଥିବା ତଥ୍ୟର ବୈଧତା ତନଖି କରି ପ୍ରାୟ ୧୧ ପ୍ରକାର ସନ୍ଦେହାତ୍ମକ ଔଷଧ କଟକ ପୁରୀଘାଟସ୍ଥିତ ଏମ୍.ଏଚ୍. ଫାର୍ମାସୁଟିକାଲ୍ ଷ୍ଟୋରରୁ ଜବତ କରାଯାଇଛି । ଜବତ ଔଷଧର ମୂଲ୍ୟପ୍ରାୟ ୨୩.୨୩ ଲକ୍ଷ ଟଙ୍କା ହେବବୋଲି ଜଣାପଡିଛି । ଏହିସବୁ ଔଷଧ ପଡୋଶୀ ରାଜ୍ୟ ଉତ୍ତର ପ୍ରଦେଶରୁ ଆସିଥିବାର ଜଣାପଡିଥିଲା ।

ଏହାଛଡା ବରଗଡର ଅଶୋକ ମେଡିକାଲ ଷ୍ଟୋରରୁ ମଧ୍ୟ ସନ୍ଦେହାତ୍ମକ ଔଷଧ ଜବତ କରାଯାଇଛି । ଅଶୋକ ମେଡିକାଲରୁ ଜବତ ଔଷଧକୁ ସନ୍ଦେହାତ୍ମକ ଭିତ୍ତିରେ ପୂର୍ବରୁ ଅଲଗାକରି ତାହାର ବିକ୍ରୀ ବନ୍ଦ କରାଯାଇଥିଲା ।

ଓଡିଶାର ପ୍ରବର୍ତ୍ତନ ଟିମଙ୍କୁ ଔଷଧ ଆସୁଥିବା ରାଜ୍ୟର ପ୍ରବର୍ତ୍ତନ ବ୍ୟବସ୍ଥାସହ ଯୋଗାଯୋଗ ସଘନ କରିବାକୁ କୁହାଯାଇଛି । ଏହାଦ୍ୱାରା ନକଲି ଔଷଧର ଆମଦାନି ଓ ଯୋଗାଣକୁ ବନ୍ଦ କରାଯାଇ ପାରିବ, ଏବଂ ଧରାପଡିଥିବା ନକଲି ଔଷଧ ପ୍ରସ୍ତୁତକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଔଷଧ ପ୍ରବର୍ତ୍ତନ ଟିମମାନେ ବଜାରରେ ଉପଲବ୍ଧ ଔଷଧ ଗୁଡିକର ଯାଂଚ୍ ବ୍ୟାପକ କରିବା ସହ କୈାଣସି ପ୍ରକାର ସନ୍ଦେହାତ୍ମକ କାର୍ଯ୍ୟ ଦୂଷ୍ଟିକୁ ଆସିବାମାତ୍ରେ ବିକ୍ରିବନ୍ଦ ନିର୍ଦେଶ ଜାରି କରିବେ ବୋଲି ସଚିବ ଶାଳିନୀ ପଣ୍ଡିତ୍ କହିଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com