ଓଡ଼ିଶା

ବ୍ରହ୍ମପୁରରେ ବନଖଣ୍ଡସ୍ତରୀୟ ୬୮ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

ବ୍ରହ୍ମପୁର, ୧୩ /୧୦/୨୦୨୨-  ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସମ୍ମିଳନୀ କକ୍ଷରେ ୬୮ତମ ବ୍ରହ୍ମପୁର ବନଖଣ୍ଡସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । ଆୟୋଜିତ ସଭାରେ ମୁଖ୍ୟ ଅତିଥି ରୂପେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରଶାନ୍ତ କୁମାର ମିଶ୍ର ଯୋଗଦେଇ ପ୍ରଚାର, ପ୍ରସାର ମାଧ୍ୟମରେ ଜନ ସଚେତନତା କରାଗଲେ ଅଞ୍ଚଳର ବନ୍ୟପ୍ରାଣୀ ସୁରକ୍ଷିତ ରହିପାରିବେ । ସର୍ବଜନ ହିତାୟ , ସର୍ବଜନ ସୁଖାଏ ଭାବନାରେ ସମସ୍ତ ଜୀବଜଗତର ସୁରକ୍ଷା ଏକାନ୍ତ କାମ୍ୟ ବୋଲି କହିଥିଲେ ।

ସମ୍ମାନିତ ଅତିଥି ରୂପେ ଜେଡଏସଆଇର ଜିଓ ଲଜିକାଲ ସର୍ଭେ ଅଫ୍ ଇଣ୍ଡିଆର ବରିଷ୍ଠ ବୈଜ୍ଞାନିକ ଡକ୍ଟର ଅନିଲ କୁମାର ମହାପାତ୍ର , ଡେପୁଟି କଞ୍ଜରଭେଟର ଆର. ଆର. ପଟ୍ଟନାୟକ, ଆଞ୍ଚଳିକ ବନ୍ୟପ୍ରାଣୀ ତତ୍ତ୍ବବାଧରକ କୁଳପାଣି ଶତପଥୀ, ରବିନ୍ଦ୍ର ନାଥ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରାରମ୍ଭରେ ଇକୋକ୍ଲବ୍ ଜିଲ୍ଲା ସଂଯୋଜକ ଶଙ୍କର ନାରାୟଣ ବେଦ ସ୍ବାଗତ ଭାଷଣ ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏସିଏଫ୍ ମାଧବିଲତା , ଏସିଏଫ୍ ଡକ୍ଟର ରୁଦ୍ର ପ୍ରସାଦ ରଥ , ରେଞ୍ଜର ବ୍ରହ୍ମପୁର ରଜତ କୁମାର ମିଶ୍ର ଅବସରପ୍ରାପ୍ତ ଏସିଏଫ୍ ତ୍ରିନାଥ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ବ୍ରହ୍ମପୁର ଉପଖଣ୍ଡର ଗପତି ସାହୁଙ୍କୁ ବନ୍ୟପ୍ରାଣୀ ସୁରକ୍ଷା କ୍ଷେତ୍ରରେ ଜଙ୍ଗଲ ବିଭାଗ ତରଫରୁ ପାଞ୍ଚ ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com