ଐତିହ୍ୟ ଓ ସଂସ୍କୃତିଓଡ଼ିଶାଶିକ୍ଷା

ଏମ୍.ଏ.ଭି ସ୍କୁଲରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ବ୍ରହ୍ମପୁର, ୧୯/୦୮/୨୦୨୨-   ବ୍ରହ୍ମପୁର ହିଲପାଟଣା ସ୍ଥିତ ମାତୃଶ୍ରୀ ଆଙ୍ଗଲୋଭେଦିକ୍ ସ୍କୁଲରେ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ନରସେରୀ, ଏଲକେଜି, ୟୁକେଜିର ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ରାଧା କୃଷ୍ଣଙ୍କ ବେଶଭୂଷା ଧାରଣ କରି ଏହି ଉତ୍ସବରେ ଯୋଗଦାନ କରିଥିଲେ । ସେହିପରି ପ୍ରଥମ ଶ୍ରେଣୀ ଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୭୦ ଜଣ ଛାତ୍ରଛାତ୍ରୀ ରାଧା କୃଷ୍ଣ ବେଶରେ ସଜ୍ଜିତ ହୋଇ ନୃତ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ବିଦ୍ୟାଳୟ ପରିସରରେ ଏହି ଉତ୍ସବ ପାଳନ କରିବା ଅବସରରେ ସମସ୍ତ ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ, ବିଦ୍ୟାଳୟର ସମ୍ପାଦକ କୁମୁଦ ରଞ୍ଜନ ପାଢ଼ୀ, ଅଧ୍ୟକ୍ଷ ଦ୍ଵାରିକା ନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସୁରେଶ ଚନ୍ଦ୍ର ପାଢ଼ୀ, ଦିବ୍ୟସିଂହ ପଟ୍ଟନାୟକ, ଶିକ୍ଷୟତ୍ରୀ ପ୍ରଗତି ପତାଳଙ୍କ ସମେତ ଅନ୍ୟ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com