ଓଡ଼ିଶା

ପାଟଣା ରେଞ୍ଜକୁ ଧସେଇ ପଶିଲେ ୧୪ ଟିକିଆ ହାତୀପଲ

ପାଟଣା() କିଛି ମାସ ପରେ ପୁଣି ମାତିଲେ ହାତୀପଲ । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ଧସେଇ ପସିଲେ ହାତୀପଲ । ବନ ବିଭାଗ ପକ୍ଷରୁ ହାତୀପଲଙ୍କୁ ଘଉଡାଇବାକୁ ଉଦ୍ୟମ ଜାରି ରହିଛି।

ଖବର ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ହାତୀପଲ ଘଟଗାଁ ରେଞ୍ଜରୁ ଆସି  ପାଟଣା ରେଞ୍ଜର ପୋଇପାଣି ବିଟ୍ କୁ ପ୍ରବେଶ କରିଛନ୍ତି। ଏବେ ହାତୀପଲ ଗୋପପୁର ଗାଁ ନିକଟ ଏକ କାଜୁ ଜଙ୍ଗଲରେ ଡେରା ପକାଇଛନ୍ତି । ହାତୀପଲରେ ୬ଟି ମାଈ ହାତୀ ୪ ଟି ଦନ୍ତା ଓ ୪ଟି ଛୁଆ ହାତୀ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗାଁ ନିକଟରେ ହାତୀପଲ ଥିବାରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ବନ ବିଭାଗ ପକ୍ଷରୁ ହାତୀପଲଙ୍କୁ ଘଉଡାଇବାକୁ ଉଦ୍ୟମ ଜାରି ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com