ଓଡ଼ିଶା

CMC ଡେପୁଟି ମେୟର ନିର୍ବାଚନ: ବିଜେପି ଓ କଂଗ୍ରେସର ବୟକଟ୍

କଟକ() CMC ଡେପୁଟି ମେୟର ନିର୍ବାଚନକୁ ବିଜେପି ଓ କଂଗ୍ରେସର ବୟକଟ୍। ନିର୍ବାଚନ ସମ୍ମିଳନୀ କକ୍ଷ ଛାଡ଼ି ପଳାଇଲେ ବିଜେପି ଓ କଂଗ୍ରେସ କାଉନସିଲର। ଗଣତନ୍ତ୍ରର ଏକ ପ୍ରକାର ହତ୍ୟା କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି ବିଜେପି ଓ କଂଗ୍ରେସ। ଅବଜରଭରଙ୍କୁ ଦେଖାଇ ଭୋଟଦାନ ନିୟମକୁ ସେମାନେ ବିରୋଧ କରିଛନ୍ତି।

ସେପଟେ CMC ଡେପୁଟି ମେୟର ପଦ ପାଇଁ ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି କର୍ପୋରେଟର ଦମୟନ୍ତୀ ମାଝୀ।

ଦିନ ଗୋଟାଏ ପୂର୍ବରୁ ପ୍ରାର୍ଥିପତ୍ର ପ୍ରତ୍ୟାହାର ହେବ। ଏହାପରେ ଗୋଟାଏ ୩୦ରୁ ଭୋଟିଂ ଆରମ୍ଭ ହେବ। ତେବେ ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ନିର୍ବାଚନ ସମ୍ମିଳନୀ କକ୍ଷ ଛାଡ଼ି ବିଜେପି ଓ କଂଗ୍ରେସ କାଉନସିଲରମାନେ ଚାଲିଯାଇଛନ୍ତି।

ଭୋଟିଂ ଶେଷ ହେବା ପରେ ଗଣତି ହୋଇ ଡେପୁଟି ମେୟରଙ୍କ ନାଁ ଘୋଷଣା କରାଯିବ। ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ନିର୍ବାଚନ ପରିଚାଳନା କରିଵେ।

Related Articles

Back to top button
WP Twitter Auto Publish Powered By : XYZScripts.com