ଓଡ଼ିଶା

୧୧ ମାମଲାରେ ଜବତ ହୋଇଥିବା ଗଞ୍ଜେଇକୁ ପୋଡ଼ି ନଷ୍ଟକଲା ପାଟପୁର ପୋଲିସ

ବ୍ରହ୍ମପୁର, ୦୪ /୧୦/୨୦୨୨-  ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସ ୧୧ ମାମଲାରେ ଜବତ ଗଞ୍ଜେଇକୁ ପୋଡ଼ି ନଷ୍ଟ କରିଛି । ଜିଲ୍ଲା କୋର୍ଟର ନିର୍ଦ୍ଦେଶକ୍ରମେ ଶୁକ୍ରବାର ପାଟପୁର ଥାନା ପୋଲିସ ପକ୍ଷରୁ ଏପରି କରାଯାଇଥିବା ଜଣାପଡ଼ିଛି । ଡ୍ରଗ ଡିସପଜାଲ କମିଟି ତଥା ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ ତତ୍ତ୍ଵାବଧାନରେ ଆସିକା ଏସଡିପିଓ ଉମାଶଙ୍କର ସିଂ , ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସମେତ ବିଭାଗୀୟ କର୍ମଚାରୀ ଉପସ୍ଥିତ ରହି ୨୦୨୧ ଡିସେମ୍ବର ମାସ ସୁଦ୍ଧା ଜବତ ହୋଇଥିବା ଗଚ୍ଛିତ ଗଞ୍ଜେଇକୁ ଶେରଗଡ଼ ବ୍ଳକ ଅନ୍ତର୍ଗତ ଅରଖପଡା ଗ୍ରାମରେ ଥିବା ସରକାରୀ ସ୍ବୀକୃତି ପ୍ରାପ୍ତ ଚିମୀନିରେ ପୋଡ଼ି ନଷ୍ଟ କରାଯାଇଥିଲା ।

ଏପରିକି ପାଟପୁର ଥାନା ଅଧୀନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ ହେଉ କିମ୍ବା ବେଆଇନ ଭାବେ ଚୋରାଚାଲାଣ କରାଯାଇଥିବା ଗଞ୍ଜେଇକୁ ଜବତ କରାଯିବା ପରେ ୧୧ ଗୋଟି କେସ୍ ମାମଲାରେ ଗଚ୍ଛିତ ରଖାଯାଇଥିବା ୧୩୨୫ କିଲୋ ଗଞ୍ଜେଇ ପୋଡ଼ା ଯାଇଥିଲା । ଏଭଳି ନିଷ୍ପତ୍ତି ଗଞ୍ଜାମ ଜିଲ୍ଲାରେ ପ୍ରଥମ ଥର ପାଇଁ କରାଯାଇଥିବା ସୂଚନା ଦିଆଯାଇଛି । ପୋଲିସର ଏଭଳି ନିଷ୍ପତ୍ତିକୁ ବୁଦ୍ଧିଜୀବୀ ମହଲରେ ଖୁବ୍ ପ୍ରଶଂସା କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com