ଓଡ଼ିଶା

୩୧୫ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ, ଜଣେ ଗିରଫ

ବାରଙ୍ଗ() ବାରଙ୍ଗ ଥାନା ପୋଲିସ୍‌ ଏକ କାର ସହିତ ଏଥିରେ ଥିବା ୩୧୫ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରିଛି । ଏଥି ସହିତ ଜଣେ ମଦ ବ୍ୟବସାୟୀଙ୍କୁ ଗିରଫ କରି ଜେଲ ପଠାଇଛି । ସୂଚନା ଅନୁସାରେ ବାରଙ୍ଗ ଥାନା ଅନ୍ତର୍ଗତ ଫକୀରପୋଡା ଗାଁ ନିକଟରେ ଏକ କାର ଭିତରେ ଏପରି ସ୍ବତନ୍ତ୍ର ମାନର ଦେଶୀ ମଦ ବୋଝେଇ କାର ଛିଡା ହୋଇଥିବା ବେଳେ ପୋଲିସ ଖବର ପାଇ ଘଟଣାସ୍ଥଳରେ ଚଢାଉ କରିଥିଲା । ଏକ କାର ଭିତରୁ ୯ ଟି ଜାରକିନରେ ଭର୍ତ୍ତି ରହିଥିବା ୩୧୫ ଲିଟର ସ୍ବତନ୍ତ୍ର କ୍ବାଲିଟିର ଦେଶୀ ମଦ ଥିଲା ।

ଏହି ସ୍ବତନ୍ତ୍ର କ୍ବାଲିଟିର ମଦ ୨୦ ଡିଗ୍ରୀର ଜଣାପଡିଛି । ଏଥିରେ ଡବଲ ପରିମାଣର ପାଣି ମିଶାଇ ୪୦ ଡିଗ୍ରୀ  ରୁ ୫୦ ଡିଗ୍ରୀ ପର୍ଯନ୍ତ ପ୍ରକ୍ରିୟା କରଣ କରିବା ପରେ ଏହା  ପିଇବା ଉପଯୋଗୀ ହୋଇ ଥାଏ । ପୋଲିସ ଏହାକୁ ଜବତ କରିବା  ସହିତ ସମ୍ପୃକ୍ତ ବ୍ୟବସାୟୀ ମନୋଜ କୁମାର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଏହା ପୂର୍ବରୁ ବିଭିନ୍ନ ସ୍ଥାନରୁ ୪ ଥର ଚୋରା ଦେଶୀ ମଦ ଜବତ କରିଥିଲା ବାରଙ୍ଗ ପୋଲିସ୍‌ । ଦେଶୀ ମଦ ବ୍ଯବସାୟୀମାନେ ଆଠଗଡ ଅଂଚଳରୁ ଭୁବନେଶ୍ବର ମଦ ଚାଲାଣ କରୁଥିବା ବେଳେ ବାରଙ୍ଗ  ଅଂଚଳର ବିଭିନ୍ନ ସ୍ଥାନରେ ଡିପୋ କରି ସେଠାରେ ୨୦ ଡିଗ୍ରୀ କ୍ବାଲିଟିର ମଦରେ ପାଣି ମିଶାଇ 40ଡିଗ୍ରୀ କରି ଭୁବନେଶ୍ବର ପଠାଇଥାନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com