ଓଡ଼ିଶା

ଥାଇଲାଣ୍ଡରେ ଭୟଙ୍କର ହେଉଛି ବାୟୁ ପ୍ରଦୂଷଣ

ଥାଇଲାଣ୍ଡରେ ଚଳିତ ସପ୍ତାହରେ ବାୟୁ ପ୍ରଦୂଷଣ ଘାତକ ରୂପ ନେଇଛି । ନିଶ୍ୱାସରେ ବିଷାକ୍ତ ପବନ କାରଣରୁ ୨ଲକ୍ଷ ଲୋକ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ରାଜଧାନୀ ବ୍ୟାଙ୍କକର ସ୍ଥିତି ସବୁଠାରୁ ସଂଗୀନ ହୋଇପଡିଛି । ଲୋକମାନଙ୍କୁ ଘରୁ ନବାହାରିବାକୁ ଅଧିକାରୀମାନେ ସଚେତନ କରିଛନ୍ତି । କଳକାରଖାନାରୁ ବାହାରୁଥିବା ଧୂଆଁ ଓ ଗାଡି ମୋଟରରୁ ବାହାରୁଥିବା ଧୂଆଁ ଏହି ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ବୋଲି କୁହାଯାଉଛି ।

ସେପଟେ ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ସୁରକ୍ଷିତ ଭାବେ ଘରେ ରହିବାକୁ ଅନୁରୋଧ କରିଛି । ବିଶ୍ୱର ସବୁଠାରୁ ଲୋକପ୍ରିୟ ପର୍ଯ୍ୟଟନସ୍ଥଳ ଭାବେ କୁହାଯାଉଥିବା ବ୍ୟାଙ୍କକ ଏବେ ବିଷାକ୍ତ ଧୂଆଁର ବିଷ ବଳୟ ଭିତରେ ବୁଡି ଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ଡାକ୍ତର କହିଛନ୍ତି କି ଘରୁ ବାହାରକୁ ବାହାରିବା ପୂର୍ବରୁ ଲୋକମାନେ ଉଚ୍ଚଗୁଣବତା ଏନ-୯୫ ମାସ୍କ ପିନ୍ଧିବା ଜରୁରୀ । ଏହାସହ ଏବେ ଦେଶରେ ୱାର୍କ ଫ୍ରମ ହୋମକୁ ଗୁରୁତ୍ୱ ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com