Breaking Newsଓଡ଼ିଶାଜୀବନଶୈଳୀ

ଗାଁରେ ମିଳିବ ମୋ ବସ୍ ସେବା, ପଞ୍ଚାୟତରୁ ଗଡ଼ିବ ବ୍ଲକ୍ ମୁଖ୍ୟାଳୟ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଏଣିକି ଗାଁରେ ମିଳିବ ମୋ ବସ୍ ସେବା । ଉପକୃତ ହେବେ ଲକ୍ଷ ଲକ୍ଷ ଗ୍ରାମବାସୀ । ଆଉ ଗମନା ଗମନ ପାଇଁ ଭୋଗିବାକୁ ପଡ଼ିବନାହିଁ ଅସୁବିଧା । ପ୍ରତି ପଞ୍ଚାତରୁ ବ୍ଲକ ମୁଖ୍ୟାଳୟକୁ ବସ୍ ଗଡ଼ିବା ପାଇଁ ହୋଇଛି ନିଷ୍ପତ୍ତି । ଏନେଇ ପରିବହନ ସଚିବ ଉଷା ପାଢୀ ସୂଚନା ଦେଇଛନ୍ତି ।

ଗ୍ରାମାଞ୍ଚଳରେ ଏପରି ବସ୍ ସୁବିଧା ନଥିବାରୁ ରାଜ୍ୟ ସରକାର ଏପରି ପଦକ୍ଷେପ ନିଷ୍ପତ୍ତି ନେଇଛନ୍ତି । ଲକ୍ଷ୍ମୀ ସ୍କିମ୍ ମାଧ୍ୟମରେ ଆରମ୍ଭ ହେବ ଏହି ପରିବହନ ସୁବିଧା । ପ୍ରଥମ ପର୍ଯ୍ୟାୟରେ ପାଇଲଟ ପ୍ରୋଜେକ୍ଟରେ ୬ଟି ଜିଲ୍ଲା କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କାଲକାନଗିରି, କଳାହାଣ୍ଡି ଓ ଗଜପତିରେ ଆରମ୍ଭ ଏହି ମୋ ବସ୍ ସେବା । ପରବର୍ତ୍ତୀ ସମୟରେ ଏହା ଅନ୍ୟାନ୍ୟ ଜିଲ୍ଲାରେ ଚାଲିବ । ଏହି ୬ଟି ଜିଲ୍ଲାରେ ଲୋକମାନେ ଯାତାୟତ କରିବାରେ ଅନେକ ଆସୁବିଧା ଭୋଗ କରୁଥିଲେ । ତେଣୁ ସେମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ପଦକ୍ଷେପ ନେଇଛନ୍ତି । ତେବେ ସରକାରଙ୍କ ଏହି ପଦକ୍ଷେପକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିବା ବେଳେ ଗ୍ରାମବାସୀ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com