ଓଡ଼ିଶା

ୟୁକ୍ରେନ ଯିବାର ମାସେ ନପୁରୁଣୁ ଆରମ୍ଭ ହୋଇଗଲା ଯୁଦ୍ଧ, ସୁରକ୍ଷିତ ଫେରିଲେ ସୁନ୍ଦରଗଡର ଝିଅ

ସୁନ୍ଦରଗଡ଼() ମହତ୍‌ ଉଦ୍ଦେଶ୍ୟ ନେଇ ସୁଦୂର ୟୁକ୍ରେନ୍‌କୁ ଯାଇଥିଲେ ସୁନ୍ଦରଗଡ଼ କିଞ୍ଜିରକେଲାର ଝିଅ ସ୍ମୃତି କୁଜୁର । ହେଲେ ସେଠାରେ ପହଞ୍ଚିବାର ମାସେ ନପୁରୁଣୁ ଆରମ୍ଭ ହୋଇଯାଇଥିଲା ରୁଷର ଆକ୍ରମଣ ।  ଅନେକ ବାଧାବିଘ୍ନର ଶିକାର ହୋଇ ଦୁଇ ଦିନ ଯୁଦ୍ଧ ଭିତରେ ଦିନ କାଟିବାପରେ ଶେଷରେ ସୁରକ୍ଷିତଭାବେ ଜନ୍ମମାଟିରେ ପାଦ ଦେଇଛନ୍ତି ସ୍ମୃତି । ସେ ୟୁକ୍ରେନର ଉଦ୍‌ଗ୍ରୋଦ୍‌ରେ ରହୁଥିଲେ । ଏହି ସହରରେ ଯୁଦ୍ଧର ଏତେଟା ପ୍ରଭାବ ନଥିଲେ ମଧ୍ୟ ଅନ୍ୟ ଅଂଚଳରୁ ଯୁଦ୍ଧର ବିଭତ୍ସମୟ ଖବର ଶୁଣି ଭୟରେ ରହୁଥିଲେ ସମସ୍ତ ଛାତ୍ରଛାତ୍ରୀ ।

ତେବେ ଯେକୌଣସି ମୁହୂର୍ତ୍ତରେ ଋଷ ଉଦ୍‌ଗ୍ରୋଦ୍‌ ସହରକୁ ଆକ୍ରମଣ କରିବାର ଭୟ ରହିଥିଲା । ନିଜ ପରିବାର ବର୍ଗଙ୍କୁ ଆଉ ଦେଖି ପାରିବେ କି ନାହିଁ ସେ ବିଷୟରେ ଭାବି ହଙ୍ଗେରି ସୀମା ଆଡକୁ ଯାତ୍ରା ଆରମ୍ଭ କରିଥିଲେ ସ୍ମୃତି । କେତେବେଳେ ବଙ୍କର ଭିତରେ ରହି ତ କେତେବେଳେ ଘଣ୍ଟା ଘଣ୍ଟା ଧରି ସେନାର ନିର୍ଦ୍ଦେଶକୁ ଅପେକ୍ଷା କରି ଶେଷରେ ନିଜର ଜନ୍ମ ମାଟିକୁ ଫେରିଛନ୍ତି ସ୍ମୃତି । ସ୍ମୃତିଙ୍କ ନିଜ ଘର ବୁର୍ଲା ହୋଇଥିବା ବେଳେ ତାଙ୍କର ବାପା କିଞ୍ଜିରକେଲା ହସ୍ପିଟାଲରେ ସୁପରିଟେଣ୍ଡେଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି । ତେବେ ସ୍ମୃତି କିଞ୍ଜିରକେଲା ଫେରି ନିଜ ବାପା-ମାଙ୍କୁ ଭେଟି ଭାବ ବିହ୍ଵଳିତ ହୋଇପଡିଥିବା ପ୍ରକାଶ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com