Breaking NewsFeaturedଓଡ଼ିଶାରାଜନୀତି

ବାଜିଲା କି ନିର୍ବାଚନୀ ବିଗୁଲ୍‌! ଅଧିକାରୀମାନଙ୍କ ବଦଳି ନିର୍ଦ୍ଦେଶକୁ ନେଇ ସରଗରମ ହୋଇଛି ଚର୍ଚ୍ଚା

ମୋବାଇଲ୍‍ ନ୍ୟୁଜ୍‍ ବ୍ୟୁରୋ: ଆଗୁଆ ନିର୍ବାଚନ ହେବାର ସଂକେତ ମିଳିଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଚିଠିରୁ ଏଭଳି ସଂକେତ ବାରି ହୋଇପଡୁଛି । ୨୦୨୪ ମେ’ ପୂର୍ବରୁ ଯେ କୌଣସି ସମୟରେ ନିର୍ବାଚନ ହୋଇପାରେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । କିନ୍ତୁ ବର୍ଷେ ପୂର୍ବରୁ ନିର୍ବାଚନ ପାଇଁ ପ୍ରଶାସନିକ ଅଧିକାରୀଙ୍କ ବଦଳିକୁ ନେଇ ପଦକ୍ଷେପ ନିଆଯିବା ହିଁ ଆଗୁଆ ନିର୍ବାଚନ ହୋଇପାରେ ବୋଲି ଆକଳନ କରାଯାଉଛି । ଚିଠିରେ ଉଭୟ ଲାକସଭା ଓ ବିଧାନସଭା ନିର୍ବାଚନ ମେ’ ପୂର୍ବରୁ ହେବ ବୋଲି କୁହାଯାଇଛି । ତା ପୂର୍ବରୁ ନିର୍ବାଚନ ସହ ଜଡ଼ିତ ଅଧିକାରୀମାନଙ୍କ ବଦଳି କରାଯିବ । ନିଜ ଜିଲ୍ଲାରେ ଅବସ୍ଥାପିତ ଥିବା ଅଧିକାରୀ ଏବଂ ଗୋଟିଏ ଜିଲ୍ଲାରେ ୩ ବର୍ଷରୁ ଅଧିକ ସମୟ ଥିବା ଅଧିକାରୀଙ୍କୁ ବଦଳି କରାଯିବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିୟମ ଅନୁସାରେ ବଦଳି ତାଲିକା ଦେବାକୁ ଜିଲ୍ଲାପାଳ ଓ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ରାଜସ୍ୱ ବିଭାଗ ପକ୍ଷରୁ ଚିଠି କରାଯାଇଛି ।

୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ । ୨୦୨୪ ମେ’ ମାସ ପୂର୍ବରୁ ନିର୍ବାଚନ ହେବାକୁ ଥିବାରୁ ସରକାରୀ ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ସହ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅଧିକ ସଶକ୍ତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ସମସ୍ତ ତଥ୍ୟ ମାଗିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ସେହି ଅନୁସାରେ ରାଜସ୍ୱ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଜିଲ୍ଲାରେ କାର୍ଯ୍ୟରତ ଓଏଏସ୍‌, ଓଆରଏସ୍ ଏବଂ ଗ୍ରୁପ-ବି କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ଚିଠି ଲେଖାଯାଇଛି । ଗୋଟିଏ ସ୍ଥାନରେ ୩ ବର୍ଷ ଥିବା ଅଧିକାରୀ ଏବଂ ନିଜ ଜିଲ୍ଲାରେ କାର୍ଯ୍ୟରତ ଅଧିକାରୀଙ୍କ ତାଲିକା ପ୍ରସ୍ତୁତ କରି ମେ ୨୯ ସୁଦ୍ଧା ଦାଖଲ କରିବାକୁ ରାଜସ୍ୱ ବିଭାଗ ନିର୍ଦ୍ଦେଶ ଦେଇଛି । ସାଧାରଣ ନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ କରିବାକୁ ଅଧିକାରୀଙ୍କ ନିଯୁକ୍ତି ଓ ବଦଳି ନେଇ ନିର୍ବାଚନ କମିଶନ କଟକଣା ରଖିଛନ୍ତି ସେହି ଅନୁସାରେ ଜିଲ୍ଲା ନିର୍ବାଚନ ଅଧିକାରୀ, ରିଟର୍ଣ୍ଣିଂ ଅଫିସର୍‌, ପୁଲିସ ଇନ୍ସପେକ୍ଟର, ସବ-ଇନ୍ସପେକ୍ଟରମାନେ ୨୦୧୯ ସାଧାରଣ ନିର୍ବାଚନରେ ଯେଉଁଠି ଥିଲେ, ସେମାନେ ୨୦୨୪ରେ ସେହି ଜାଗାରେ ରହିପାରିବେ ନାହିଁ ।

ନିର୍ବାଚନ ତାରିଖ ଘାଷଣା ପୂର୍ବରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଆଲାଚନା କରି ବଦଳି କାମ ସାରିବାକୁ କୁହାଯାଇଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com