ଓଡ଼ିଶା

ସେଣ୍ଟ୍ରାଲ ୱାକ୍ଫ କମିଶନ ସଦସ୍ୟଙ୍କ ଓଡ଼ିଶା ଗସ୍ତ

କଟକ() ସେଣ୍ଟ୍ରାଲ ୱାକ୍ଫ କମିଶନ ନିଉ ଦିଲ୍ଲୀରୁ ତିନିଜଣ ସଦସ୍ୟ ତିନିଦିନ ପାଇଁ ଓଡ଼ିଶା ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ ସେମାନେ ଓଡିଶା ୱାକ୍ଫ ବୋର୍ଡ ସହିତ ଓଡିଶାର ବିଭିନ୍ନ ମସଜିଦ୍, ମଦ୍ରାସା ସହିତ ସେଣ୍ଟ୍ରାଲ ୱାକ୍ଫ ଅଧୀନରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ଓ ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ।

କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟ, କଦମ୍ ରସୁଲ, ତଥା ଦେୱାନ ବଜାରରେ ଥିବା ସବୁଠୁ ପୁରାତନ ମସଜିଦ୍ ଓ ହାଉସିଂ କମପ୍ଲେକ୍ସ,ଦର୍ଘା ତଥା ସୟଦ ସେମିନାର ସ୍କୁଲ ବୁଲି ଦେଖିଥିଲେ। ତା ସହିତ ଓଡ଼ିଶାରେ ଥିବା ଅନ୍ୟ ସ୍ଥାନ ମାନଙ୍କରେ ସେଣ୍ଟ୍ରାଲ୍ ୱାକ୍ଫ ଦ୍ଵାରା ହୋଇଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ ଏହି ଦଳ ଓଡିଶା ସରକାରଙ୍କ ୱାକ୍ଫ ନିର୍ଦ୍ଦେଶକ ଓ ୱାକ୍ଫ ବୋର୍ଡ ସିଇଓଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ଓ ଭବିଷ୍ୟତରେ ୱାକ୍ଫ ଜମି ଉପରେ ଆଗକୁ କିଭଲି ପ୍ରକଳ୍ପ ହେବ ଆଲୋଚନା କରିଥିଲେ ।

ଏଥିରେ wasim rahat Ali, Mrs Manwari Begum, ତଥା ଓଡିଶା ୱାକ୍ଫ ସିଇଓ Sayed Mahamad Akdas ଙ୍କ ସହିତ ୱାକ୍ଫ ବୋର୍ଡର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।ଶେଷ ଦିନରେ ଓଡିଶା ରେ ଥିବା ବିଭିନ୍ନ ମସଜିଦ୍,ମଦ୍ରାସା ତଥା ଦର୍ଘା ର ସମ୍ପାଦକ ସଭାପତି ତଥା ପରିଚାଳନା କମିଟି ସହିତ କଟକ ପାନ୍ଥନିବାସ conference ହଲ୍ରେ ଆଲୋଚନା କରି ଶେଷରେ ସାମ୍ବାଦିକ ସମିଳନୀ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com