ଓଡ଼ିଶା

ଓଡିଶା ଭାସ୍କର୍ଯ୍ୟ ଶିଳ୍ପୀ ସଂଘ ପକ୍ଷରୁ ମିହିରଙ୍କୁ ସ୍ୱତନ୍ତ୍ର ଶ୍ରଦ୍ଧାଞ୍ଜଳି

କଟକ() ବର୍ଷିୟାନ କଳାକାର ସ୍ୱର୍ଗତ ମିହିର ଦାସଙ୍କୁ ଝୁରୁଛି କଟକ । ଏହି ମହାନ ଅଭିନେତାଙ୍କ ମୃତ୍ୟକୁ ଶୁକ୍ରବାର ପୁରିଛି ଏକ ମାସ। ଏପରିକି ଶୁକ୍ରବାର ହେଉଛି ମିହିରଙ୍କ ୬୩ ଜନ୍ମ ଜୟନ୍ତୀ । ଏହି ପରିପ୍ରେକ୍ଷୀରେ ମିହିରଙ୍କ ସ୍ମୃତି ଉଦ୍ଧେଶ୍ୟରେ କଟକ କୁମ୍ଭାର ସାହିରେ ଥିବା ଓଡିଶା ଭାସ୍କର୍ଯ୍ୟ ଶିଳ୍ପୀ ସଂଘ ମିହିରଙ୍କୁ ଦେଇଛନ୍ତି ସ୍ୱତନ୍ତ୍ର ଶ୍ରଦ୍ଧାଞ୍ଜଳି । ମାଟିରେ ମିହୀରଙ୍କ ୭ ଫୁଟର ପ୍ରତିମୂର୍ତ୍ତି ନିର୍ମାଣ କରି ସିନେ ଜଗତ ଓ ସମସ୍ତ ଫ୍ୟାନ୍ସ ମାନଙ୍କ ପାଇଁ ସମର୍ପିତ କରିଛନ୍ତି ଏହି ପ୍ରତିମୂର୍ତ୍ତି । ତେବେ ଅବକିଳ ପରି ପ୍ରତିତ ହେଉଥିବା ଏହି କଳାକୃତି ମିହିର ଦାସଙ୍କ ଉପସ୍ଥିତିକୁ ଜାହିର କରୁଛି। ତେବେ ଆଜିର ଏହି ଶ୍ରଦ୍ଧାଞ୍ଜଳି ଦିବସରେ ସିନେ ଜଗତର ବରିଷ୍ଠ କଳାକାର ଓ କଟକ ଡିସିପି ଓ ସାହି ମୁରବି ମାନେ ଉପସ୍ଥିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com