ଓଡ଼ିଶା

ସୋର କଲେଜ ଛକରେ ବିକ୍ଷୋଭ ଯୁକ୍ତ ୨ ବୋର୍ଡ ପରୀକ୍ଷା କରାଯାଉ : ମେଲ୍ ଜରିଆରେ ଉଚ୍ଚଶିକ୍ଷା ବିଭାଗକୁ ଦାବିପତ୍ର ଦେଲେ

ବାଲେଶ୍ୱର : ବର୍ତ୍ତମାନ କରୋନା ଯୋଗୁଁ ଯୁକ୍ତ ୨ ପରୀକ୍ଷା ବାତିଲ କରିବାର ପାଇଁ ସାରା ରାଜ୍ୟର ଛାତ୍ରଛାତ୍ରୀ ବିକ୍ଷୋଭ କରୁଥିବାର ଦେଖିବାକୁ ମିଳୁଛି । ଅପର ପକ୍ଷରେ ଏହାର ଅଲୋଟା ଦେଖିବାକୁ ମିଳିଛି ବାଲେଶ୍ୱର ସୋର କଲେଜ ଛଳରେ । ଯୁକ୍ତ ୨ ପରିକ୍ଷା ବାତିଲ ନକରାଯାଉ ବୋଲି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିକ୍ଷୋଭ କରାଯାଉଛି । ସୋମବାର ସୋର ନିର୍ବାଚନ ମଣ୍ଡଳୀର ବିଭିନ୍ନ ମହାବିଦ୍ୟାଳୟରୁ ଛାତ୍ରଛାତ୍ରୀମାନେ ଏକଜୁଟ୍ ହୋଇ ଅଫଲାଇନ୍ ପରୀକ୍ଷା ହେବା ପାଇଁ ଦାବି କରିଥିବା ବେଳେ, ପରୀକ୍ଷା ସପକ୍ଷରେ ଏକ ଦାବିପତ୍ର ଗଣଶିକ୍ଷା ବିଭାଗର ମନ୍ତ୍ରୀଙ୍କୁ ମେଲ୍ ଯୋଗେ ପ୍ରଦାନ କରାଯାଇଥିବା ପ୍ରକାଶ କରିଛନ୍ତି । ପରୀକ୍ଷା ହେଲେ ଗୁଣାତ୍ମକ ଶିକ୍ଷାର ବିକାଶ ହେବ, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପାଠ ପଢିବା ପାଇଁ ଇଚ୍ଛା ଜାଗୃତ ହେବ ଏବଂ ଭବିଷ୍ୟତ ଉଜ୍ଜ୍ବଳ ପାଇଁ ଏକ ପଥ ସୃଷ୍ଟି ହେବ। ସେଥିପାଇଁ ପରୀକ୍ଷା ହେଉ ବୋଲି ଦାବି କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com