ଓଡ଼ିଶା

୬୯ ଜିଲ୍ଲା ପରିଷଦ ସଭ୍ୟ, ୫୦୩ ପଞ୍ଚାୟତ ପ୍ରତିନିଧି, ୭୦୯୯ ୱାର୍ଡ ମେମ୍ବର ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ

ଖଲ୍ଲିକୋଟ () ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠୁ ଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ଆଜିଠାରୁ ୬୯ ଜିଲ୍ଲା ପରିଷଦ ସଭ୍ୟ, ୫୦୩ ଗ୍ରାମ ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ, ୭,୦୯୯ ୱାର୍ଡ ମେମ୍ବର ପାଇଁ ନିର୍ବାଚନ ହେବାକୁ ଥିବାବେଳେ ମୋଟ ୨୪ ଲକ୍ଷ ୪୩ ହଜାର ୬୧୬ ଭୋଟର ଭାଗ୍ୟ ନିର୍ଦ୍ଧାରଣ କରିବେ ।

ଏହି ଅବସରରେ ଜିଲ୍ଲାର ୨୨ ଟି ବ୍ଲକରେ ପଞ୍ଚାୟତ ସମିତି ସଭ୍ୟ ପଦବୀ ଓ ୫୦୩ ଗ୍ରାମ ପଞ୍ଚାୟତରେ ସରପଞ୍ଚ ଓ ୱାର୍ଡ ମେମ୍ବର ପାଇଁ ଆଶାୟୀ ପ୍ରାର୍ଥୀ ପ୍ରଥମ ଦିନରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । କୋଭିଡ କଟକଣା ଯୋଗୁଁ ଶୋଭାଯାତ୍ରାକୁ ବାରଣ କରାଯାଇଛି । ପ୍ରାର୍ଥୀ, ପ୍ରସ୍ତାବକ ଓ ସମର୍ଥକଙ୍କୁ କେବଳ ଅନୁମତି ରହିଥିବାରୁ ଭିଡ ଦେଖିବାକୁ ମିଳିନଥିଲା ।

ଏହି ପରିପ୍ରେକ୍ଷୀରେ ଛତ୍ରପୁର ବ୍ଲକର ପୋଟଲାମପୁର ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ପଦବୀ ପାଇଁ ପ୍ରଥମ ଦିନରେ ରବୀନ୍ଦ୍ର ନାହାକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଜାନୁଆରୀ ୧୭ ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ ପାଇଁ ସମୟ ରହିଥିବା ବେଳେ ଆସନ୍ତା ୨୫ ତାରିଖରେ ଚୂଡାନ୍ତ ପ୍ରାର୍ଥୀଙ୍କ ନାମ ପ୍ରକାଶ ହେବ । ୫ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ଛତ୍ରପୁର ବ୍ଲକ ରେ ଫେବୁଆରୀ ୨୦ରେ ନିର୍ବାଚନ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com