ଓଡ଼ିଶା

ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପ୍ରଥମ ପର୍ଯ୍ୟାୟ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ

ଭୁବନେଶ୍ୱର, ୧୭ /୧୦/୨୦୨୨-  ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପ୍ରଥମ ପର୍ଯ୍ୟାୟ କ୍ଲାସରୁମ୍‌ ପାଠପଢ଼ା ସୋମବାର ଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିନ ଛାତ୍ରଛାତ୍ରୀଙ୍କୁ କେଉଁଭଳି ଶିକ୍ଷା ପ୍ରଦାନ କରାଯିବ, ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ପକ୍ଷରୁ ତାହାର ରୂପରେଖ ପ୍ରସ୍ତୁତ କରାଯାଇଛି । ଯେଉଁ ଛାତ୍ରଛାତ୍ରୀ ହଷ୍ଟେଲରେ ନାମ ଲେଖାଇଛନ୍ତି, ସେମାନଙ୍କ ଲାଗି ମଧ୍ୟ ସୁବିଧା ଉପଲବ୍ଧ କରାଯିବ । ଏ ଦିଗରେ ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗତ ସପ୍ତାହ‌ରେ ସମସ୍ତ ବିଶ୍ୱବିଦ୍ୟାଳୟ ପିଜି କାଉନ‌ସିଲ୍‌ ଅଧ୍ୟକ୍ଷ ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରିଥିଲା ।

ସେପଟେ ବିଭିନ୍ନ ଡିଗ୍ରୀ କଲେଜରେ ଦ୍ୱିତୀୟ ପର୍ଯ୍ୟାୟ ସ୍ନାତକ  ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଅକ୍ଟୋବର ୧୩ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ୧୯ ତାରିଖ ଯାଏଁ ଆବେଦନ ଚାଲିବ । ୨୭ ତାରିଖ ଅପରାହ୍ଣ ୨ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ କରାଯିବ । ଅକ୍ଟୋବର ୨୮ରୁ ୩୧ ତାରିଖ ମଧ୍ୟରେ ନାମଲେଖା ପ୍ରକ୍ରିୟା ଅନୁଷ୍ଠିତ ହେବ । ସେହିପରି ୨୮ରୁ ୧ ତାରିଖ ଯାଏଁ ସ୍ଲାଇଡଅପ୍‍ ପାଇଁ ପିଲାଙ୍କୁ ସୁଯୋଗ ଦିଆଯାଇଥିବାବେଳେ ନଭେମ୍ବର ୭ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ୯ରୁ ୧୧ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ନାମ ଲେଖା ସମୟରେ ଫି ଦାଖଲ କରା ନ ଯାଇ ବିଭାଗ ପକ୍ଷରୁ ଫି ଦାଖଲ ପାଇଁ ସମୟସୀମା ନିର୍ଦ୍ଧାରଣ କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com