ଓଡ଼ିଶା

କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣା, କ୍ରାଇମ୍‌ବ୍ରାଞ୍ଚକୁ ମିଳିଲା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ

କଟକ() କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚକୁ ମିଳିଲା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ । ହତ୍ୟାକାଣ୍ଡରେ ବ୍ୟବହୃତ ଜିନିଷ ଜବତ କଲା କ୍ରାଇମବ୍ରାଞ୍ଚ । ହତ୍ୟା ବେଳେ ବ୍ୟବହୃତ ୪ ଖଣ୍ଡ ବାଉଁଶ ଫାଳିଆ ଜବତ କରିଛି କ୍ରାଇମବ୍ରାଞ୍ଚ । ହତ୍ୟାକାଣ୍ଡ ପରେ ଏହାକୁ ଝରକା ବାଟେ ଫୋପାଡି ଦେଇଥିଲେ ଦୟାଲ ଆଶ୍ରମର କେୟାର ଟେକର ଝୁନା ଭୋଇ । ଜବତ ବାଉଁଶ ଫାଳିଆକୁ ପରୀକ୍ଷା ପାଇଁ ଏସସିବି ମେଡିକାଲ ଫରେନ୍ସିକ ବିଭାଗକୁ କ୍ରାଇମବ୍ରାଞ୍ଚ ପଠାଇଥିବା ଜଣାପଡ଼ିଛି ।

ତେବେ ପରୀକ୍ଷା ହୋଇଥିବା ବାଉଁଶ ଫାଳିଆରେ ହିଁ ହତ୍ୟାକାଣ୍ଡ ଘଟାଯାଇଥିବା ଅନୁମାନ କରିଛନ୍ତି ଫରେନ୍ସିକ ଏକ୍ସପର୍ଟ । ରିମାଣ୍ଡରେ ଥିବା ଝୁନା ଭୋଇ ତଦନ୍ତରେ କ୍ରାଇମବ୍ରାଞ୍ଚକୁ ସହଯୋଗ କରୁଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରେସ ରିଲିଜରେ ସୂଚନା ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com