ଓଡ଼ିଶା

ହଷ୍ଟେଲ ଖାଦ୍ୟ ଖାଇ ୧୫ ଛାତ୍ରୀ ଅସୁସ୍ଥ

ଭୁବନେଶ୍ୱର() ଖାଦ୍ୟ ପାଲଟିଲା ବିଷ । ହଷ୍ଟେଲ ଖାଦ୍ୟ ଖାଇ ୧୫ରୁ ଅଧିକ କଲେଜ ଛାତ୍ରୀ ଆକ୍ରାନ୍ତ ହେବା ସହ ୪ ଜଣ ଗୁରୁତର ହୋଇଛନ୍ତି । ତେବେ ସମସ୍ତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । କଲେଜର ହଷ୍ଟେଲ ଖାଦ୍ୟ ଖାଇବା ପରେ ଅଧିକାଂଶ ଛାତ୍ରୀଙ୍କର ବାନ୍ତି ହୋଇଥିବା ଜଣାପଡ଼ିଥିଲା । ତେବେ ସମସ୍ତଙ୍କ ଛାତ୍ରୀଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ଜଣାପଡ଼ିଛି ଯେ, କେନ୍ଦୁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟର ୧୫ରୁ ଅଧିକ ଛାତ୍ରୀ ହଷ୍ଟେଲ ଖାଦ୍ୟ ଖାଇବା ପରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ଫଳରେ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ସଂକ୍ରମଣ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ କଲେଜରେ ଖେଳ ଚାଲିଥିବା ବେଳେ ଛାତ୍ରୀମାନେ ହଷ୍ଟେଲ ମେନୁ ହିସାବରେ ଖାଦ୍ୟ ଖାଇଥିଲେ । କେଉଁ ପରିସ୍ଥିତିରେ ଓ କାହିଁକି ସମ୍ପୃକ୍ତ ଛାତ୍ରୀଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା ସେନେଇ ତଦନ୍ତ ଚାଲିଛି । ଏ ନେଇ ଏକ ଟିମ୍ ମେଡିକାଲରେ ପହଞ୍ଚି ପରିସ୍ଥିତି ବିଷୟରେ ଅନୁଧ୍ୟାନ କରୁଥିବା ଜଣାପଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com