ଓଡ଼ିଶା

ସାଙ୍ଗ ବାହାଘର ଭୋଜିରୁ ଫେରିବା ବେଳେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା, ଅଭିଯୁକ୍ତ ଗିରଫ

ଭଦ୍ରକ: ସାଙ୍ଗ ବାହାଘର ଭୋଜିରୁ ଫେରିବା ବେଳେ ପିଟିପିଟି ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ । ଭୋଜିରେ ମାଂସ ଖାଇବା ଓ ପୂର୍ବ ଶତ୍ରୁତାକୁ ନେଇ ହତ୍ୟା ହୋଇଥିବା ନେଇ ପୋଲିସ ସ୍ପଷ୍ଟ କରିଛି  । ସୂଚନା ଅନୁଯାୟୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ବିଜେଗଙ୍ଗାଧରପୁର ଗାଁରେ ବିଦ୍ୟାଧର ମାଝୀଙ୍କୁ ହତ୍ୟା କରାଯାଇଥିଲା । ସାଙ୍ଗ ବାହାଘର ଭୋଜି ଖାଇ ଫେରିବା ବେଳେ ଅଭିଯୁକ୍ତ ତାଙ୍କୁ ବାଉଁଶରେ ପିଟି ପିଟି ହତ୍ୟା କରଥିଲା । ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଆଦିତ୍ୟ ରାଉତକୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ।

ପୁରୁଣା ବିବାଦ ସହ ଭୋଜିରେ ସମ୍ପୃକ୍ତ ଯୁବକ ମାଂସ ଖାଇବାକୁ ନେଇ ଝଗଡା ହୋଇଥିଲା । ପରେ ଅଭିଯୁକ୍ତ ଗାଁ ମୁଣ୍ଡରେ ଜଗି ରହିଥିଲା । ବିଦ୍ୟାଧର ଆସିବା ବେଳେ ଅତର୍କିତ ଭାବେ ଆକ୍ରମଣ କରିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟ ହୋଇଥିଲା । ତେବେ ଅଭିଯୁକ୍ତ ଆଦିତ୍ୟ ରାଉତକୁ ତିହିଡି ଥାନା ମନ୍ଦାର ମାଳ ଗାଁରୁ ଗିରଫ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com