ଓଡ଼ିଶା

ମୈତ୍ରେୟୀ ସଂଗଠନ ପକ୍ଷରୁ ଅନ୍ତର୍ଜାତିକ ମହିଳା ଦିବସ ପାଳିତ

ଭୁବନେଶ୍ୱର : ଅନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ମୈତ୍ରେୟୀ ସଂଗଠନ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ । ଭର୍ଚୁଆଲ୍‌ ମାଧ୍ୟମରେ ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଯାଇଛି ।
ଶ୍ରୀମତୀ ମାନମୟୀ ରଥଙ୍କର ସଭାପତିତ୍ୱରେ ଏହି ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମାଷ୍ଟର ଗିରିଜା ମେମୋରିଆଲ ଟ୍ରଷ୍ଟର ପ୍ରତିଷ୍ଠାତ୍ରୀ ଅମୀୟବାଳା ପରିଡା ସ୍ୱତନ୍ତ୍ର ଅତିଥି ଭାବରେ ଯୋଗଦେଇ ଟ୍ରଷ୍ଟର  ଉଦ୍ଦେଶ୍ୟ ଓ କାର୍ଯ୍ୟକ୍ରମ ସଂପର୍କରେ ମତପୋଷଣ କରିଥିଲେ । ଜୀବନର ଯେକୌଣସି ମୁହୂର୍ତ୍ତରେ ଖରାପ ସମୟ ଆସିଲେ ମଧ୍ୟ ଭାଙ୍ଗି ନପଡ଼ି ବରଂ ଦୃଢ଼ ଭାବରେ ପରିସ୍ଥିତିକୁ ମୁକାବିଲା କରିବା ଏବଂ ସମାଜ ପାଇଁ ସର୍ବଦା କର୍ମବ୍ୟସ୍ତ ରହିବା ପାଇଁ ଅମୀୟବାଳା ଉପଦେଶ ଦେଇଥିଲେ ।
ସେହିପରି କାର୍ଯ୍ୟକ୍ରମରେ ସଭାପତି ମହିଳା ଦିବସର ତାତ୍ପର୍ଯ୍ୟ ତଥା ସମ୍ପର୍କରେ ନାରୀ ଓ ପୁରୁଷଙ୍କର ପରସ୍ପାରିକତା ଉପରେ ଆଲୋକପାତ କରିଥିଲେ ।  ସମ୍ପାଦିକା ଶ୍ରୀମତୀ ଲକ୍ଷ୍ମୀ ଚାନ୍ଦ ମୈତ୍ରେୟୀ ଲେଖିକା ସଂଗଠନର ଆଭିମୁଖ୍ୟ ଓ ଭବିଷ୍ୟତର ଯୋଜନା ସମ୍ବନ୍ଧରେ ବିଶେଷ ବିବରଣୀ ପ୍ରଦାନ କରିଥିଲେ । ବରିଷ୍ଠ ସାହିତ୍ୟିକା ମୌସୁମୀ ଦାସଙ୍କ ପରିକଳ୍ପନା ଓ ସାମ୍ବାଦିକା ତଥା ସାହିତ୍ୟିକା ସୁପ୍ରିୟା ପଣ୍ଡାଙ୍କର ରୂପାୟନରେ ଏହି କାର୍ଯ୍ୟକ୍ରମଟି ଆଗକୁ ବଢିଥିଲା। ଏହି କାର୍ଯ୍ୟକ୍ରମରେ ସୁଜାତା ମହାପାତ୍ର ଓ ବିଶ୍ୱ ଭାରତୀ ଦାଶ ସଫଳ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ପ୍ରାୟ ପଚାଶ ଜଣ ଦର୍ଶକ ଯୋଗ ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com