ଓଡ଼ିଶା

ଖୋଲିଲା କାଳିଆ ହତ୍ୟାର ଗୁମର: ଘଟଣା ପଛରେ ଗୁନ ସିଂହାରୀଙ୍କ ଭାଇ ଓ ପୁତୁରା, ୧୨ ବର୍ଷ ପରେ ନେଲେ ବଦଲା

ପୁରୀ() ଶ୍ରୀମନ୍ଦିର ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ଓରଫ କାଳିଆଙ୍କ ହତ୍ୟା ମାମଲାର ଖୋଲିଲା ଗୁମର । ପୁରୀ ବହୁ ଚର୍ଚ୍ଚିତ କୃଷ୍ଣଚନ୍ଦ୍ର ଓରଫ କାଳିଆ ପ୍ରତିହାରୀ ହତ୍ୟା ଘଟଣାରେ ୬ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଅଛନ୍ତି ଗୁନ ସିଂହାରୀର ଭାଇ ଓ ପୁତୁରା । ଗୁନ ସିଂହାରୀର ଭାଇ କାଳିଆ ସିଂହାରୀ ଓ ପୁତୁରା ଦୋଳଗୋବିନ୍ଦ ଗିରଫ । ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ।

କାଳିଆକୁ ହତ୍ୟା କରିବା ପାଇଁ ୩୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା । ଗତ ୧୬ ତାରିଖରେ ବାରବାଟୀ ଜାଗାରେ କାଳିଆକୁ ଗୁଳିକରି ହତ୍ୟା କରାଯାଇଥିଲା । ଶ୍ରୀମନ୍ଦିର ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ଓରଫ କାଳିଆଙ୍କ ହତ୍ୟା ମାମଲାର ଖୋଲିଲା ଗୁମର । ସୂଚନାଯୋଗ୍ୟଯେ ୨୦୧୨ ମସିହା ଅଗଷ୍ଟ ୨୨ ତାରିଖରେ ତଳୁଚ୍ଛ ଭଗବାନ ମହାପାତ୍ର ଓରଫ ଗୁନ ସିଂହାରୀଙ୍କୁ ହତ୍ୟା କରାଯାଇଥିଲା । ମୁଣ୍ଡକୁ ଗୁଳି ମାରି ହତ୍ୟା କଲେ ଦୁର୍ବୃତ୍ତ ।

କାଳିଆଙ୍କ ସହ ମୋଟ ୬ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ପୁଲିସର ଦୁର୍ବଳ ତଦନ୍ତ ସହ ଆବଶ୍ୟକ ସାକ୍ଷ୍ୟପ୍ରମାଣ ଅଭାବରୁ ଗତ ଜାନୁଆରୀ ୧୯ ତାରିଖରେ କାଳିଆଙ୍କ ସହ ୬ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ଅଦାଲତ । ଏହାପରେ ଗୁନଙ୍କ ପରିବାର ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିଲା।

ଗୁନଙ୍କୁ ହତ୍ୟା କରାଗଲା, ହେଲେ ହତ୍ୟାକାରୀଙ୍କୁ ଦଣ୍ଡ ମିଳିଲାନି ବୋଲି କହିଥିଲେ ତାଙ୍କ ଭାଇ । ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବେ ବୋଲି ମଧ୍ୟ ଗଣମାଧ୍ୟମକୁ ସୂଚନା ଦେଇଥିଲେ । କିନ୍ତୁ ପରେ ପୁଣି ମନା କରିଥିଲେ । ସେପଟେ ନିର୍ଦ୍ଦୋଷରେ ଖଲାସ ପରେ କାଳିଆଙ୍କ ପତିଆରା ପୁଣି ବଢ଼ିଥିଲା । ଯାହା ଗୁନଙ୍କ ଭାଇ ଓ ପରିବାରକୁ କଷ୍ଟ ଦେଉଥିଲା ।

 

Related Articles

Back to top button
WP Twitter Auto Publish Powered By : XYZScripts.com