ଓଡ଼ିଶା

ଲୁଟ୍‌ ହେଉଛି ନଈ ବାଲି !

ଭୁବନେଶ୍ୱର () ରାଜ୍ୟର ଅଧିକାଂଶ ନଦୀରେ ଖୋଲିଛି ବେଆଇନ ବାଲି ଖଣି। ସରକାରୀ ଆଇନ ଓ ନିୟମର ହେଉଛି ଖୋଲାଖୋଲି ଉଲ୍ଲଙ୍ଘନ। ଗାଁ ପରିମଳ ଧୋବା ତୁଠାରୁ ଜଣାପଡ଼େ ଭଳି ରାଜଧାନୀ ଭୁବନେଶ୍ୱର ନିକଟରେ ଚାଲିଥିବା ବେଆଇନ ବାଲି ଖଣିର ଦୃଶ୍ୟ ବୟାନ କରୁଛି ରାଜ୍ୟର ସ୍ଥିତି। ଖୋଦ୍ ରାଜଧାନୀ ଭୁନେଶ୍ୱରରେ ଆଇନକୁ ଆଖିଠାର ମାରି ଚାଲିଛି ବେଆଇନ୍ ବାଲି ଉତ୍ତୋଳନ। ସବୁ ନିୟମକୁ ଜଳାଞ୍ଜଳି ଦେଇ ଲୁଟ ହେଉଛି କୋଟି କୋଟି ଟଙ୍କାର ଲଘୁ ଖଣିଜ ସମ୍ପଦ।

ବାଲିଅନ୍ତା ତହସିଲ୍ ଅନ୍ତର୍ଗତ ଦୟା ନଦୀରେ ଠିକ୍ ପୋଲ ତଳେ ହିଁ ଚାଲିଛି ବେଆଇନ୍ ବାଲି ଖନନ। ପରିବେଶ ନିୟମକୁ ଉଲ୍ଲଂଘନ କରି ନଦୀଗର୍ଭରେ ପକାଯାଉଛି ବନ୍ଧ ବାଡ଼। ହାଇୱା ଭଳି ବଡ଼ ବଡ଼ ଯାନବାହାନ ନଦୀ ଭିତରକୁ ଯାଇ ବାଲି ଉଠାଉଛନ୍ତି। କେବଳ ସେତିକି ନୁହେଁ ନଦୀ ଭିତରେ ପମ୍ପ ଲଗାଇ ବୋରିଂ କରାଯାଉଛି। ଆଉ ଅପ୍ରାକୃତିକ ପଦ୍ଧତିରେ ନଦୀ ଗର୍ଭକୁ ଖୋଳି ବାଲି ଉତ୍ତୋଳନ କରାଯାଉଛି।

ତହସିଲ୍ କାର୍ଯ୍ୟାଳୟରୁ ମାତ୍ର ଶହେ ମିଟର ଦୂରରେ ଚାଲିଛି ଏଭଳି ବେଆଇନ ବାଲି ଖନନ। କିନ୍ତୁ ସବୁ ଦେଖି ନ ଦେଖିଲା ପରି ହାତ ଜାକି ଚୁପ୍ ହୋଇ ବସିଛି ପ୍ରଶାସନ। ଉମାଦେଇବ୍ରହ୍ମପୁର, ଅଲାରପୁର, ହାଟଯସୁଆପୁର, ହୀରାପୁର ଅଂଚଳରେ ୧୨୦ ଏକର ନଦୀ ପଠାରୁ ବାଲି ଉତ୍ତୋଳନ ପାଇଁ ନିଲାମୀ ନେଇଛନ୍ତି ସ୍ଥାନୀୟ ଅଂଚଳର କମଳ ପାତ୍ର ନାମକ ଜଣେ ବ୍ୟକ୍ତି। ନିୟମ ଅନୁଯାୟୀ, ନଦୀ ପୋଲଠାରୁ ଉଭୟ ପାର୍ଶ୍ୱରେ ୫୦୦ ମିଟର ପର୍ଯ୍ୟନ୍ତ ଅଂଚଳରେ ବାଲି ଖନନ ସଂପୂର୍ଣ୍ଣ ନିଷିଦ୍ଧ। ହେଲେ ନବ ନିର୍ମିତ ପୋଲକୁ ବିପଦରେ ପକାଇ ସବୁ ନିୟମକୁ ଫୁ କରି ଏଠାରେ ଚାଲିଛି ବେଧଡକ୍ ବାଲି ଚାଲାଣ।

ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, “ନଦୀରେ ମେସିନ୍ ଲଗାଇ ମନ ଇଛା ବାଲି ଖୋଳା ହେଉଛି। ନଦୀ ଅଣ ଓସାରିଆ ହୋଇ ଅଧିକ ଗଭୀର ହୋଇଯାଉଛି। ଫଳରେ ନଦୀରୁ ଆଉ ମାଛ ମଧ୍ୟ ଟିକେ ଗାଁ ଲୋକ ଧରିକି ଖାଇ ପାରୁ ନାହାଁନ୍ତି । ୧୫ ବର୍ଷ ହେଲା ଏମିତି ବାଲି ଖୋଳା ଚାଲିଛି। ନିଲାମ ନନେଇଥିବା ଜାଗାରୁ ବି ବାଲି ଖୋଳା ହେଉଛି। କାହାକୁ କ’ଣ ପଇସାପତ୍ର ଦେଇ କାମ କରି ନେଉଛି ଖଣି ମାଲିକ।”

ବିଜେପିର ନଦୀ ସୁରକ୍ଷା ରାଜ୍ୟ କମିଟି ସଭାପତି ମହେଶ୍ୱର ସାହୁ କହିଛନ୍ତି, “କୁଆଖାଇ ଓ ଦୟା ନଦୀର ଠିକ୍ ପୋଲ ତଳେ ଦିନଦିପ୍ରହରରେ ରାଜଧାନୀରେ ଖୋଲାଖୋଲି ବାଲି ଖୋଳା ହେଉଛି। ଏନଜିଟି ନିୟମକୁ ଉଲଙ୍ଘନ କରି ପମ୍ପ ଯୋଗେ ବାଲି ଖୋଳା ଚାଲିଛି। ମୁଖ୍ୟମନ୍ତ୍ରୀ କ’ଣ ଦେଖି ପାରୁନାହାଁନ୍ତି? ନାଁ ତାଙ୍କ ଜିଲ୍ଲାପାଳ ଓ ରାଜସ୍ୱ ବିଭାଗର କୌଣସି ଅଧିକାରୀଙ୍କୁ ଦେଖାଯାଉନାହିଁ? ରାଜ୍ୟରେ ସବୁଠି ଏମିତି ଚୋରା ବାଲି ଚାଲାଣ ହେଉଛି। କେବଳ ଧର୍ମକୁ ଆଖିଠାର ଭଳି ୪/୫ଟି ଟ୍ରାକ୍ଟରକୁ ଧରି ଫାଇନ୍ ପକାଇ ବାହାବା ଲୁଟୁଛନ୍ତି ସରକାର।”

Related Articles

Back to top button
WP Twitter Auto Publish Powered By : XYZScripts.com