ଓଡ଼ିଶା

ବାତ୍ୟା ‘ମାଣ୍ଡସ’ ପାଇଁ ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନା

 ଭୁବନେଶ୍ୱର, ୦୮/୧୨/୨୦୨୨ –   ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ମାଣ୍ଡସ’ ପାଇଁ ଭାରତୀୟ ପାଣିପାଗ ବିଭାଗ ଗୁରୁବାର ଉତ୍ତର ତାମିଲନାଡୁ, ପୁଡ୍ଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ପ୍ରତି ସତର୍କ ସୂଚନା ଜାରି କରିଛି । ସମୁଦ୍ରରେ ବଳ ଗୋଟାଇ ସ୍ଥଳଭାଗ ମୁହାଁ ହୋଇଛି ବାତ୍ୟା ମ୍ୟାଣ୍ଡ୍‌ସ୍‌ । ଗୁରୁବାର ସନ୍ଧ୍ୟା ସୁଦ୍ଧା ଏହା ସ୍ଥଳଭାଗ ଛୁଇଁପାରେ । ଏଥି ପାଇଁ ଉତ୍ତର-ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ପାଇଁ ସାଇକ୍ଲୋନ୍ ଆଲର୍ଟ ଜାରି କରଯାଇଛି ।

ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି ହୋଇଥିବା ବେଳେ ଘଣ୍ଟାପ୍ରତି ୭୦ ରୁ ୯୦ କିଲୋମିଟର ବେଗରେ ବହିବ ପବନ । ଯଦିଓ ଏହି ବାତ୍ୟାର ସିଧାସଳଖ ପ୍ରଭାବ ଓଡିଶା ଉପରେ ନାହିଁ ତଥାପି, ଆଂଶିକ ପ୍ରଭାବ ଯୋଗୁଁ ଉପକୂଳ ଓଡିଶାରେ ପାଗ କୋହଲା ରହିବ ବୋଲି ପାଣିପାଗ ବିଭାଗ କହିଛି । ଦୁଇ ଦିନ ଏଭଳି ପାଗ ଲାଗି ରହିବା ସହିତ ଶନିବାର  କୋରାପୁଟ, ମାଲାକାନଗିରି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର,  ଗଜପତି ଓ ଗଞ୍ଜାମ  ଆଦି ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ପାଣିପାଗ ଆକଳନ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com