ଓଡ଼ିଶା

ସର୍ଟ-ସର୍କିଟ ହୋଇ ଜଳିଗଲା ଗ୍ରେଡେର ମେସିନ୍, ବିଳମ୍ୱରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ

ଜି ଉଦୟଗିରି: ସର୍ଟ-ସର୍କିଟ ହୋଇ ଜଳିଗଲା ଠିକା ସଂସ୍ଥାରେ ନିୟୋଜିତ ଗ୍ରେଡେର ମେସିନ୍ । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା କଞ୍ଜାମେଣ୍ଡି ଛକ ୫୯ ନଂ ଜାତୀୟ ରାଜପଥ କଡ଼ରେ RKD ନାମକ ଠିକା ସଂସ୍ଥାରେ ନିୟୋଜିତ ଏକ ଗ୍ରେଡର ମେସିନ୍ ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ହଠାତ୍ ସେଥିରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି । ସର୍ଟ-ସର୍କିଟ କାରଣରୁ ଗାଡ଼ିରେ ନିଆଁ ଲାଗିଯାଇଥିବା କହିଛନ୍ତି ଠିକା ସଂସ୍ଥାର କର୍ମଚାରୀ ।

ଖବରପାଇ ଘଟଣାସ୍ଥଳରେ କ.ନୂଆଗାଁ ପୋଲିସ୍ ପହଁଚି ଦମକଳ ବାହିନୀକୁ ଖବର ଦେଇଥିଲେ। ବିଳମ୍ବରେ ଘଟଣାସ୍ଥଳରେ ଦମକଳ ବାହିନୀ ପହଁଚିଥିଲା । ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଛି ସତ କିନ୍ତୁ ସେତେବେଳକୁ ଗାଡ଼ିଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ଜଣାପଡିଛି ।କିନ୍ତୁ ସୌଭାଗ୍ୟ ବଶତଃ କୌଣସି ଜୀବନ ହାନି ଘଟିନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com