ଓଡ଼ିଶା

ବିଧାନସଭାରେ ଉଠିଲା ମାନସ ହତ୍ୟା ମାମଲା, ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ

ଭୁବନେଶ୍ୱର : ବିଧାନସଭାର ଶୁନ୍ୟକାଳରେ ଉଠିଲା ମାନସ ହତ୍ୟା ମାମଲା । ବର୍ତ୍ତମାନ ସୁଦ୍ଧା ବି ହତ୍ୟା କାଣ୍ଡରେ ସମ୍ପୃକ୍ତ ମୁଖ୍ୟ ଆସାମୀ ଶର୍ମିଷ୍ଠାକୁ ଗିରଫ କରାଯାଇନାହିଁ । ସେକ୍ସ ସ୍କାଣ୍ଡଲ ପାଇଁ ଏହି ହତ୍ୟାକାଣ୍ଡ ହୋଇଛି ବୋଲି ଗୃହରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଏଥିରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ହାତ ରହିଛି ବୋଲି ମାନସଙ୍କର ମା ଅଭିଯୋଗ କରିଛନ୍ତି । ତାଙ୍କ ଇଙ୍ଗିତରେ ହିଁ ହତ୍ୟା ହୋଇଛି । ଗୃହ ରାଷ୍ଟ୍ରମନ୍ତ୍ରୀ ଥିବାରୁ ତଦନ୍ତ ଠିକ ବାଟରେ ଯିବ ନାହିଁ । ଏହି ଘଟଣା ଠିକ ମମିତା ହତ୍ୟାକାଣ୍ଡ ଭଳି । ଉଭୟ ଘଟଣା ସେକ୍ସ ସ୍କାଣ୍ଡଲ ପାଇଁ ହୋଇଛି । ଆଉ ଉଭୟ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାମ ଆସିଛି । ମାତ୍ର ସବୁଠି ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ଆସିଥିଲେ ବି ତଦନ୍ତରେ ତାଙ୍କ ନାମ ରହିଲା ନାହିଁ । ତେଣୁ ଏହି ମାମଲାକୁ ସିବିଆଇକୁ ଦେବା ପାଇଁ ଗୃହରେ ଦାବି କଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।

Related Articles

Back to top button
WP Twitter Auto Publish Powered By : XYZScripts.com