ଭାଇରାଲ୍ ଭିଡିଓ

ନିଶ ଦାଢ଼ି ଉପରେ କମେଡି କରିବା ପଡିଲା ମହଙ୍ଗା

ନୂଆଦିଲ୍ଲୀ: ନିଶ ଦାଢିକୁ ନେଇ କମେଡ଼ି କରିବା ପଡ଼ିଲା ମହଙ୍ଗା । ପ୍ରସିଦ୍ଧ ହାସ୍ୟ ଅଭିନେତା ଭାରତୀ ସିଂ ତାଙ୍କର ଏକ କମେଡି ପାଇଁ ଶିଖ ସମ୍ପ୍ରଦାୟକୁ କ୍ଷମା ମାଗିଛନ୍ତି। ନିକଟରେ ଟିଭି ଅଭିନେତ୍ରୀ ଜସ୍ମିନ ଭାସିନଙ୍କ ସହ ଭାରତୀ ସିଂଙ୍କ ଏକ କମେଡି ଭିଡିଓ ସାମ୍ନାକୁ ଆସିଥିଲା । ଏହି ଭିଡିଓରେ ଭାରତୀ ସିଂଙ୍କର ନିଶ ଦାଢ଼ି ରେ ନଜର ଆସିଥିଲେ । ଏହି ଭିଡିଓରେ ସେ ନିଶ ଦାଢ଼ି ର ଅପକାରିତା ଗଣନା କରୁଥିବା ଦେଖିବାକୁ ମିଳିଥିଲା

। ବର୍ତ୍ତମାନ ଏହି ପ୍ରସଙ୍ଗରେ ଭାରତୀ ସିଂ ସୋସିଆଲ ମିଡିଆ ମାଧ୍ୟମରେ ଶିଖ ସମ୍ପ୍ରଦାୟକୁ କ୍ଷମା ମାଗିଛନ୍ତି। ଏହା ମଧ୍ୟ କହିଛନ୍ତି ଯେ ତାଙ୍କର ଉଦ୍ଦେଶ୍ୟ କାହାକୁ ଆଘାତ ଦେବା ନୁହେଁ । ଭାରତ ସିଂ ସୋସିଆଲ ମିଡିଆରେ ବହୁତ ସକ୍ରିୟ । ଯଦି ଏହା ଦ୍ୱାରା କୌଣସି ସମ୍ପ୍ରଦାୟକୁ ଆଘାତ ଲାଗିଛି ତେବେ ମୁଁ ହାତ ଯୋଡ଼ି କ୍ଷମା ପ୍ରାର୍ଥନା କରୁଛି । ଏହା ବ୍ୟତୀତ ମୁଁ ମଧ୍ୟ କଣେ ପଞ୍ଜାବୀ ।

Related Articles

Back to top button
WP Twitter Auto Publish Powered By : XYZScripts.com