ଅନ୍ତର୍ଜାତୀୟ

ଇସ୍ତଫା ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍

ମନ୍ତ୍ରୀମଣ୍ଡଳରେ ବିଦ୍ରୋହ ପରେ ଶେଷରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ । ଏନେଇ ବ୍ରିଟିସ ଗଣମାଧ୍ୟମ ସୂଚନା ଦେଇଛି । ବିଟେନରେ ଜାରି ରହିଥିବା କ୍ଷମତା ସଂକଟ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ପାଇଁ ମହଙ୍ଗା ପଡିଛି । ବୋରିସଙ୍କ ବିରୋଧରେ ତାଙ୍କ ମନ୍ତ୍ରୀମଣ୍ଡଳର ୪୦ ଜଣ ମନ୍ତ୍ରୀ ବିଦ୍ରୋହ କରି ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ । ଏହାପରେ ତାଙ୍କ ଉପରେ ଇସ୍ତଫା ଦେବା ନେଇ ଚାପ ପଡିଥିଲା । ବିରୋଧୀ ଲେବର ପାର୍ଟି ତାଙ୍କ ଇସ୍ତଫା ଦାବି କରି ଚାରିଆଡେ ପ୍ରଦର୍ଶନ କରୁଥିଲେ । କହିରଖୁ କି ବୋରିସଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥମନ୍ତ୍ରୀ ଥିବା ତ୍ରୁଷି ସୁନକ ପ୍ରଥମେ ଇସ୍ତଫା ଦେଇଥିଲେ । ଏହାପରେ ଜଣେ ପରେ ଜଣେ ମନ୍ତ୍ରୀ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବାରେ ଲାଗିଥିଲେ । କ୍ରିସ ପିଞ୍ଚରଙ୍କୁ ନିଯୁକ୍ତି ଦେବା ପରେ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀମାନେ ବିଦ୍ରୋହ ଆରମ୍ଭ କରିଥିଲେ । ଚଳିତ ବର୍ଷ ଫେବୃଆରୀ ମାସରେ ଜନସନ କ୍ରିସ ପିଞ୍ଚଙ୍କୁ ଦଳର ଉପମୁଖ୍ୟ ହ୍ୱିପ୍ ଭାବେ ନିଯୁକ୍ତ କରିଥିଲେ  । ହେଲେ ସେତେବେଳେ ବ୍ରିଟିଶ ଗଣମାଧ୍ୟମ ପିଞ୍ଚଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ ରହିଛି ବୋଲି ପ୍ରକାଶ କରିଥିଲା । ଏଭଳି ଅଭିଯୋଗ ପରେ ନିଜ ପଦରୁ ଇସ୍ତଫା ଦେଇଥିଲେ କ୍ରିସ ପିଞ୍ଚ । ହେଲେ ବୋରିସଙ୍କ ପାର୍ଟିର ନେତା ଓ ମନ୍ତ୍ରୀମାନେ ଅଭିଯୋଗ କରିଥିଲେ କି ଏଭଳି ଅଭିଯୋଗ ବାବଦରେ ବୋରିସ ପୂର୍ବରୁ ଜାଣିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com