ଓଡ଼ିଶା

ନିଦ୍ୱର୍ନ୍ଦ୍ୱରେ ନିର୍ବାଚନ ଜିତିଲେ ଜଣେ ଜିଲ୍ଲା ପରିଷଦ ଏବଂ ୬୭୯୩ ସରପଞ୍ଚ

ବ୍ୟୁରୋ() ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସାରା ରାଜ୍ୟରେ ଡେଙ୍ଗୁରା ବାଜିଲାଣି । ପ୍ରାର୍ଥୀମାନେ ନିଜ ସପକ୍ଷରେ ଭୋଟ ପାଇବା ପାଇଁ ପ୍ରଚାରପ୍ରସାର ଆରମ୍ଭ କରିସାରିଛନ୍ତି । ଏଥିମଧ୍ୟରେ କେତେକ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚନ ଜିତିସାରିଛନ୍ତି । ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ସୂଚନା ଅନୁଯାୟୀ , ରାଜ୍ୟରେ ଜିଲ୍ଲା ପରିଷଦ ପାଇଁ ୮୫୩ ନାମାଙ୍କନ କରିଥିଲେ ଏବଂ ଏଥିମଧ୍ୟରୁ ଜଣେ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚନ ଜିତିଛନ୍ତି ।
ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଜୋନ୍ – ୨ର ଜିଲ୍ଲା ପରିଷଦ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ବିଜୟ ଲାଭ କରିଛନ୍ତି । ବିଜେଡି ପ୍ରାର୍ଥୀନୀ କଳ୍ପନା ପ୍ରଧାନ ଜୋନ୍ – ୨ ଜିଲ୍ଲା ପରିଷଦ ଭାବରେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସେହିପରି ସରପଞ୍ଚ ୬୭୯୩ ପ୍ରାର୍ଥୀ ନାମାଙ୍କନ କରିଥିଲେ ସେଥିମଧ୍ୟରୁ ୧୨୬ ଜଣ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେଇଥିବା ବେଳେ ୬୭୯୩ ପଞ୍ଚାୟତ ସମିତି ପ୍ରାର୍ଥୀ ମଧ୍ୟରୁ ୩୨୬ ଜଣ ନିଦ୍ୱର୍ନ୍ଦ୍ୱରେ ଜିତିଛନ୍ତି । ରାଜ୍ୟରେ ୱାର୍ଡ ମେମ୍ବର ପ୍ରାର୍ଥୀ ଭାବରେ ୯୧୮୯୦ ଜଣ ନାମାଙ୍କନ କରିଥିଲେ ଏବଂ ସେଥିମଧ୍ୟରୁ ୩୬୫୨୩ ଜଣ ନିଦ୍ୱର୍ନ୍ଦ୍ୱରେ ନିର୍ବାଚନ ଜିତିଛନ୍ତି । ଏନେଇ ରାଜ୍ୟ ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com