ଓଡ଼ିଶା

ଶ୍ରୀମନ୍ଦିର ରୋଷ ଘର ଚୁଲି ଭାଙ୍ଗିବା ଘଟଣା, ସିଂହଦ୍ୱାର ଥାନାରେ ମନ୍ଦିର ପ୍ରଶାସନ ପକ୍ଷରୁ ଏତଲା

ପୁରୀ() ଶ୍ରୀମନ୍ଦିର ରୋଷ ଘର ଚୁଲି ଭାଙ୍ଗିବା ଘଟଣା । ଆକ୍ସନମୋଡ଼ରେ ମନ୍ଦିର ପ୍ରଶାସନର । ରୋଷଘରେ ଚୁଲି ଭଙ୍ଗା ନେଇ ସିଂହଦ୍ୱାର ଥାନାରେ ମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ଦିଆଯାଇଛି । ୨ ଦିନିଆ ତଦନ୍ତ ରିପୋର୍ଟରେ ଏବେ ଯାଏଁ ଆସିନି କୌଣସି ଫଳାଫଳ ।

ଖବର ଅନୁଯାୟୀ, ଶ୍ରୀମନ୍ଦିର ରୋଷ ଘର ୭ଟି କୋଠ ଭୋଗ ଚୁଲି ସମେତ ପାଖାପଖି ୩ଶହଟି ଚୁଲି ଭାଙ୍ଗି ଦିଆଯାଇଥିବାର ଅଭିଯୋଗ ଆସିଥିଲା । କେହି ଦୁର୍ବୃତ୍ତ ଶନିବାର ରାତି କିମ୍ବା ରବିବାର ଦିନ ଭୋର ସମୟରେ ଏହି ଭଙ୍ଗାରୁଜା କରିଥିବା ଅନୁମାନ କରାଯାଉଛି । ଚୁଲି ଭଙ୍ଗା ଘଟଣାରେ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା । କିନ୍ତୁ ୨ ଦିନିଆ ତଦନ୍ତ ରିପୋର୍ଟରେ କୌଣସି ଫଳାଫଳ  ମିଳିନାହିଁ । ଏବେ ଯାଏଁ ଚୁଲି ଭଙ୍ଗାଯିବାର ରହସ୍ୟ ଜଣାପଡିନାହିଁ । ତେଣୁ ଶେଷରେ ବାଧ୍ୟ ହୋଇ ଶ୍ରୀମନ୍ଦିର ପ୍ରଶାସନ ଥାନାରେ ଏତଲା ଦେଇଛି । ସିଂହଦ୍ୱାର ଥାନାରେ ଚୁଲି ଭଙ୍ଗା ଘଟଣାରେ ଏତଲା ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com