ଓଡ଼ିଶା

ରାଜଧାନୀରେ ହତ୍ୟାକାଣ୍ଡ: ଗୋଟିଏ ପରିବାରକୁ ଆକ୍ରମଣ, ଜଣେ ମୃତ

ଭୁବନେଶ୍ବର() ରାଜଧାନୀର ଆଇଜି ପାର୍କ ପୋଷ୍ଟ ଅଫିସ୍ ସମ୍ମୁଖରେ ହତ୍ୟାକାଣ୍ଡ । ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ଗୋଟିଏ ପରିବାରର ସ୍ୱାମୀଙ୍କର ମୃତ୍ୟୁ ଘଟିଥିବା ବେଳେ, ସ୍ତ୍ରୀ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାଛଡ଼ା ସେମାନଙ୍କର ଛୋଟ ପିଲାର ମଧ୍ୟ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।

ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ସ୍ୱାମୀ, ସ୍ତ୍ରୀ ଓ ତାଙ୍କର ଛୋଟ ପିଲା ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ ଉପରେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ଖାରବେଳ ନଗର ଥାନା ପୋଲିସ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ମୃତଦେହକୁ ଉଦ୍ଧାର କରିଛି। ମୃତକ ଜଣକ ରାଜଧାନୀରେ ଦିନ ମଜୁରିଆ ଭାବେ କାମ କରନ୍ତି । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com