ଓଡ଼ିଶା

ଟ୍ରେଣ୍ଡରେ ବିଜେଡି : ୭୩୪ ଆସନରେ ଆଗୁଆ

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଆଜି ହେଉଛି ତୃତୀୟ ଦିନ । ୨୩୦ ଜିଲ୍ଲା ପରିଷଦ ଜୋନର ଆଜି ଆସିବ ଫଳାଫଳ । କଡ଼ା ସୁରକ୍ଷାରେ ଚାଲିଛି ଭୋଟ ଗଣତି । ପ୍ରଥମ ଓ ଦ୍ୱିତୀୟ ଦିନରେ ବାଜିମାତ କରିଛି ବିଜେଡି । ପଞ୍ଚାୟତ ନିର୍ବାଚନ ଫଳାଫଳରେ ବର୍ତ୍ତମାନ ସୁଦ୍ଧା ୮୧୯ରୁ ୭୩୪ ଆସନରେ ଆଗୁଆ ଅଛି ବିଜେଡି । ୪୨ଟି ଆସନରେ ବିଜେପି, ୩୫ଟି ଆସନରେ କଂଗ୍ରେସ, ୮ ଆସନରେ ଅନ୍ୟାନ୍ୟ ପ୍ରାର୍ଥୀ ଆଗୁଆ ରହିଛନ୍ତି ।

ତେବେ ପ୍ରଥମ ଓ ଦ୍ୱିତୀୟ ଦିନରେ ବାଜିମାତ କରିଛି ବିଜେଡି । ୬୨୦ ଜୋନରୁ ବିଜେଡି ୫୫୩ଟିରେ ଆଗୁଆ ରହିଛି । ବିଜେପି ଓ କଂଗ୍ରେସ ୩୦ଟି ଲେଖାଏଁ ଜୋନରେ ଆଗୁଆ ରହିଛନ୍ତି । ଦ୍ୱିତୀୟ ସ୍ଥାନ ପାଇଁ ବିଜେପି-କଂଗ୍ରେସ ମଧ୍ୟରେ ଦେଖିବାକୁ ଲାଗିଛି ଲଢ଼େଇ । ଦ୍ୱିତୀୟ ଦିନ ଗଣତିରେ ୨୭୦ଟି ଜୋନର ରେଜଲ୍ଟ ପ୍ରକାଶ ପାଇଛି । ଶେଷ ରିପୋର୍ଟ ଅନୁସାରେ ୨୩୬ଟି ଜୋନରେ ବିଜେଡି ବିଜୟୀ ରହିଛି । ବିଜେପି ୧୬ ଓ କଂଗ୍ରେସ ୧୫ଟି ଆସନରେ ବିଜୟୀ ହୋଇଛନ୍ତି । ଏଯାବତ୍ ଅନ୍ୟାନ୍ୟ ଦଳ ସପକ୍ଷରେ ଯାଇଛି ମାତ୍ର ୩ଟି ଜୋନ୍ ।

Related Articles

Back to top button
WP Twitter Auto Publish Powered By : XYZScripts.com