ଓଡ଼ିଶା

ରାଜ୍ୟରେ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍ ସଂଖ୍ୟା, ଆଉ ୬ ଟି ଅଚଂଳ ଚିହ୍ନଟ

ଭୁବନେଶ୍ୱର() ରାଜ୍ୟରେ କରୋନା ସଂକ୍ରମଣ ଗ୍ରାଫ୍ ଏବେ ଉଚ୍ଚଗାମୀ ହେବାରେ ଲାଗିଛି । ଯାହାଫଳରେ ବିଭିନ୍ନ ସ୍ଥରରେ କଟକଣା କଡ଼ାକଡ଼ି କରାଯାଇଛି । ଏହାରି ଭିତରେ ଏକାଧିକ କୋଭିଡ ପଜିଟିଭ୍ ବାହାରିବା ପରେ ରାଜଧାନୀର ଆଉ ୬ ଅଞ୍ଚଳକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି ।

ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୁଚନା ଦିଆଯାଇଛି । ଜାଗମରା କ୍ରିଷ୍ଣା ଗାର୍ଡେନ ଫେଜ୍‌-୨ର ପ୍ଲଟ ନଂ ୨୧, କୋଳଥିଆ ସତ୍ୟସାଇ ଏନକ୍ଲେଭ ପ୍ଲଟ ନଂ- ୧୭୫, ଜଗମୋହନ ନଗର ପ୍ଲଟ ନଂ-୧୧୨୦, କୋଳଥିଆ ପ୍ଲଟ ନଂ- ୨୦, ପୋଖରୀପୁଟ କୋକିଳା ଏନକ୍ଲେଭ ପ୍ଲଟ ନଂ- ୧୦୬ ଏବଂ କ୍ରିଏଟିଭ୍ ଏନକ୍ଲେଭ ଫ୍ଲାଟ ନଂ ୪୦୩କୁ କଣ୍ଟେନ୍‌ମେଣ୍ଟ ଜୋନ କରାଯାଇଛି ।

ସୁଚନା ଅନୁସାରେ ବର୍ତ୍ତମାନ ପ୍ରତିଦିନ ୧୨ ହଜାର ,୧୩ ହଜାର ଉପରେ କରୋନା ସଂକ୍ରମଣ ଚିହ୍ନଟ ହେଉଛନ୍ତି । ଏହି ସଂଖ୍ୟା ଆଗକୁ ମଧ୍ୟ ବଢିବ ବୋଲି କୁହାଯାଇଛି । କେବଳ ଏତିକି ନୁହେଁ ମୁୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪ ଜଣଙ୍କ ମଧ୍ୟ ମୃତ୍ୟୁ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com