ଓଡ଼ିଶା

ମାନବ ଚାଲାଣ ଓ ସାଇବର ଟ୍ରାଫିକିଙ୍ଗ ସମ୍ବନ୍ଧରେ ପୋଲିସ ଅଧିକାରୀ ମାନଙ୍କୁ ପ୍ରଶିକ୍ଷଣ ଉଦ୍ଦେଶ୍ୟରେ ଏକ କର୍ମଶାଳା ଉଦଯାପିତ

ବ୍ରହ୍ମପୁର: ମାନବ ଚାଲାଣ ଓ ସାଇବର ଟ୍ରାଫିକିଙ୍ଗ ସମ୍ବନ୍ଧରେ ପୋଲିସ ଅଧିକାରୀ ମାନଙ୍କୁ ପ୍ରଶିକ୍ଷଣ ଉଦ୍ଦେଶ୍ୟରେ ଏକ କର୍ମଶାଳା ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ହୋଟେଲ ସ୍ପେକ୍ଟ୍ରମ ଠାରେ ଆଜି ଉଦଯାପିତ ହୋଇଯାଇଛି।

ଏହି ଦୁଇଦିନିଆ କର୍ମଶାଳାଟି ୟୁନିସେଫ ବୈଷୟିକ ସହାୟତାରେ ପୋଲିସ ବିଭାଗ ର ମହିଳା ଓ ଶିଶୁ ହିଂସା ନିରୋଧ ଶାଖା, ସିଆଇଡି-ସିବି ପକ୍ଷରୁ କୈଳାସ ସତ୍ୟାର୍ଥୀ ଚିଲଡ୍ରେନ ଫାଉଣ୍ଡେସନ ର ମିଳିତ ସହଯୋଗରେ ଦକ୍ଷିଣ ଓଡ଼ିଶାର ୮ ଟି ପୋଲିସ ଜିଲ୍ଲା ତଥା ଗଞ୍ଜାମ, ଗଜପତି, କନ୍ଧମାଳ, କୋରାପୁଟ, ରାୟଗଡା, ମାଲକାନଗିରି, ନବରଙ୍ଗପୁର ପୋଲିସ ରେ ମହିଳା ହିଂସା ତଦନ୍ତ ୟୁନିଟ ଏବଂ ମାନବ ଚାଲାଣ ନିରୋଧୀ ୟୁନିଟ ରେ କାର୍ଯ୍ୟରତ ଥିବା ପୋଲିସ ଅଧିକାରୀ ତଥା ଅତିରିକ୍ତ ଏସପି, ଡିଏସପି, ଇନ୍ସପେକ୍ଟର, ସବ ଇନ୍ସପେକ୍ଟର ପ୍ରମୁଖ ଅଂଶ ଗ୍ରହଣ କରି ପ୍ରଶିକ୍ଷଣ ନେଇଥିଲେ ।

ଓଡିଶାର ୩ଟି ସ୍ଥାନରେ ଏପରି କର୍ମଶାଳା ଅନୁଷ୍ଠିତ ହେବାକୁ ଥିବା ବେଳେ ଦୁଇଦିନ ପୂର୍ବରୁ ଭୂବନେଶ୍ୱରରେ ମଧ୍ୟ କର୍ମଶାଳା ମାଧ୍ୟମରେ ପୋଲିସ ଅଧିକାରୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।

ବ୍ରହ୍ମପୁର ଅନୁଷ୍ଠିତ ଏହି କର୍ମଶାଳାରେ ମୂଖ୍ୟତଃ ମାନବ ଚାଲାଣ ତଦନ୍ତ ସମେତ ମହିଳା ହିଂସା ତଦନ୍ତ ର ବିଭିନ୍ନ ଦିଗ, ସେ ନେଇ ରହିଥିବା ଆଇନ ଓ ନୀତିନିୟମ, ଦଣ୍ଡ ବିଧାନ ବିଷୟରେ ପ୍ରଶିକ୍ଷଣ ଦେବା ସହ ନୂତନ ଭାବେ ଉଭା ହୋଇଥିବା ସାଇବର ଅପରାଧ ରୋକିବା ତଥା ଅନଲାଇନ ଓ ସାଇବର ଟ୍ରାଫିକିଙ୍ଗ ବିଷୟରେ ସଚେତନ କରାଯାଇଥିଲା।

୨ୟ ଦିନ କର୍ମଶାଳାରେ କୈଳାସ ସତ୍ୟାର୍ଥୀ ଚିଲଡ୍ରେନ ଫାଉଣ୍ଡେସନର ସାଇବର ସିକ୍ୟୁରିଟି ବିଶେଷଜ୍ଞ ଅମିତ କୁମାର ଦୁବେ ଏବଂ ମଧୁମିତା ସେନଗୁପ୍ତା ଉପରୋକ୍ତ ବିଷୟରେ ଥିବା ଆଇନ ଓ ନୀତି ନିୟମ ସମ୍ବନ୍ଧରେ ପ୍ରଶିକ୍ଷଣ ଦେଇଥିଲେ।

ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ରେଖା ଲୋହାନୀ, ଦକ୍ଷିଣାଞ୍ଚଳ ପୋଲିସ ଆଇଜି ସତ୍ୟବ୍ରତ ଭୋଇ,ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ ପ୍ରମୁଖ ମଞ୍ଚାସୀନ ଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com