ଓଡ଼ିଶା

ରାଜ୍ୟରେ ଆଜିଠାରୁ ସକାଳୁଆ ସ୍କୁଲ ଆରମ୍ଭ

ଭୁବନେଶ୍ୱର() ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜିଠାରୁ ସକାଳୁଆ ସ୍କୁଲ ଆରମ୍ଭ ହୋଇଛି । ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ । ସେହିପରି ସକାଳ ୭ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠପଢ଼ା ହେବ।

ସମସ୍ତ ସରକାରୀ, ଘରୋଇ, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ପାଇଁ ଏହି ସମୟ ଲାଗୁ ହୋଇଛି । ତେବେ କେତେକ ଆନୁସଙ୍ଗିକ ବ୍ୟବସ୍ଥା ଲାଗି କିଛି ସ୍କୁଲ ସୋମବାର ଠାରୁ ସକାଳୁଆ ହେବ ।

ଗ୍ରୀଷ୍ମପ୍ରବାହ ଯୋଗୁଁ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ କୁହାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com