ଓଡ଼ିଶା

ଜାରକା ଷ୍ଟାଡିୟମରେ ବିଶ୍ୱ ଯୋଗ ଦିବସ ପାଳିତ, ଯୋଗଦେଲେ ବହୁ ବ୍ୟକ୍ତି

ଚଣ୍ଡିଖୋଲ:  ଆଜି ବିଶ୍ୱ ଯୋଗ ଦିବସ । ଏହି ଅବସରରେ ଯାଜପୁର ଜିଲ୍ଲା ଜାରକା ଷ୍ଟାଡିୟମ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ପତଞ୍ଜଳି ଯୋଗ ସମିତି ଏବଂ ଜାରକା ରୋଟାରୀ ଓ ଇନରହୁଇଲ କ୍ଲବର ମିଳିତ ଆନୁକୂଲ୍ୟରେ ଏହି ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା ।

ତେବେ ଆଜିର ଏହି କାର୍ଯ୍ୟକ୍ରମରେ  ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ କୁମାର ଶତପଥୀ, କଟକ ମଙ୍ଗଳାବାଗ ଥାନା ଅଧିକାରୀ ଅମିତାବ ମହାପାତ୍ର, ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ସୁଧିର କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲା । ଏହାସହିତ ଆଜିର ଏହି ଦିବସର ସଂପର୍କରେ ଆଲୋକପାତ କରିଥିଲେ । ପତଞ୍ଜଳି ଯୋଗ ସମିତିର ଆବାହାକ କ୍ୟାପଟେନ ତ୍ରିଲୋଚନ ବିଶ୍ୱାଳଙ୍କ ସଂଯୋଜନାରେ ଅନୁଷ୍ଠିତ ଶିବିରରେ ବହୁ ବ୍ୟକ୍ତି ବିଶେଷ ଯୋଗଦେଇ ଯୋଗାଭ୍ୟାସ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com