ଓଡ଼ିଶା

ଡାକ୍ତରଖାନାରେ ନବଜାତ କନ୍ୟାକୁ ଛାଡ଼ି ପଳାଇଲେ ମା

ପୁରୀ() ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ଘଟିଥିବାର ସୂଚନା ମିଳିଛି। ଏଠାରେ ଜଣେ ପ୍ରସୂତୀ ପ୍ରସବ ପରେ ଏକ ନବଜାତ କନ୍ୟାକୁ ଛାଡ଼ି ପଳାଇଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଜଣେ ଗର୍ଭବତୀ ମହିଳା ପ୍ରସବ ଲାଗି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। କିନ୍ତୁ ପ୍ରସୂତୀ ପ୍ରସବ ପରେ ତାଙ୍କର ନବଜାତ କନ୍ୟାକୁ ଛାଡ଼ି ପଳାଇଥିଲେ।
ଏଣେ ନବଜାତ କନ୍ୟାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କର ଚିକିତ୍ସା ଜାରି ରହିଛି। ତେବେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ପ୍ରସୂତୀଙ୍କ ସଂପର୍କରେ କୌଣସି ସୂଚନା ଦିଆଯାଉ ନଥିବା କୁହାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com