ଓଡ଼ିଶା

ଆଜି ଯାଜପୁରର ୨୪ଟି ବୁଥ୍‌ରେ ସାନି ମତଦାନ, ସୁରକ୍ଷା କଡାକଡି

ଯାଜପୁର() ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ହିଂସାକାଣ୍ଡ, ବୁଥ୍ ଜବର ଦଖଲ, ବାଲାଟ୍ ପେପର ଲୁଟ୍ ଘଟଣାରେ ବାତିଲ ହୋଇଥିବା ୨୪ଟି ବୁଥ୍‌ରେ ସାନି ମତଦାନ ହେଉଛି। ପ୍ରଥମ ପର୍ଯ୍ୟାୟ ମତଦାନ ଯାଜପୁର ଓ ଧର୍ମଶାଳା ବ୍ଲକ, ଦ୍ୱିତୀୟ ପର୍ଯ୍ୟାୟ ଦଶରଥପୁର, ବଡ଼ଚଣା, ତୃତୀୟ ପର୍ଯ୍ୟାୟ ବିଞ୍ଝାରପୁର ଓ କୋରେଇ ବ୍ଲକ ଅଞ୍ଚଳରେ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ବିଭିନ୍ନ ପଞ୍ଚାୟତରେ ମତଦାନ ଚାଲୁଥିବା ସମୟରେ ହିଂସାକାଣ୍ଡ, ବୁଥ୍ ଜବର ଦଖଲ, ବାଲାଟ ପେପର ଲୁଟ୍‌, ବାଲାଟ ବକ୍ସ ଲୁଟ୍ ଓ ପ୍ରିଜାଇଡିଂ ପୁଲିଂ ଅଫିସରଙ୍କୁ ମାଡ଼ ଏପରିକି ପୁଲିସଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଥିଲା ।

ଏହି ସବୁ ଅଞ୍ଚଳର ବୁଥ୍ ଗୁଡ଼ିକୁ ପୁନଃ ମତଦାନ ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ  ପ୍ରସ୍ତାବ ଯାଇଥିଲା ।  ତାହାକୁ ଆଧାର କରି ନିର୍ବାଚନ କମିଶନର ସାନି ମତଦାନ କରାଯାଉଛି। ସକାଳ ୯ଟାରୁ ଦିନ ୩ଟା ପର୍ଯ୍ୟନ୍ତ ମତଦାନ ସମୟ ପୂର୍ବ ପରି ଧାର୍ଯ୍ୟ କରାଯାଇଛି । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ପୁଲିସ ମୁତାୟନ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com