ଓଡ଼ିଶା

ବୈତରଣୀ ନଦୀର ଗେମନ ବ୍ରିଜରୁ ଡେଇଁ ଯୁବତୀ ନିଖୋଜ: କାରଣ ଅସ୍ପଷ୍ଟ, ଉଦ୍ଧାର କାର୍ଯ୍ୟ ଜାରି

ଚାନ୍ଦବାଲୀ() ବୈତରଣୀ ନଦୀର ସୁଇସାଇଡ୍ ଜୋନ ଭାବେ ପରିଚିତ ଚାନ୍ଦବାଲି ଗେମନ ବ୍ରିଜରେ ପୁଣି ଜଣେ ଯୁବତୀ ଡେଇଁ ଆତ୍ମହତ୍ୟା କରିଛନ୍ତି । ବ୍ରିଜ ଉପରୁ ନଦୀ ମଧ୍ୟକୁ ୧ଶହ ଫୁଟ ତଳକୁ ଡେଇଁଛନ୍ତି ଯୁବତୀ । ତେବେ ନଦୀର ପ୍ରଖର ସ୍ରୋତରେ ଜଣେ ଯୁବତୀ ଭାସିଯିବାରୁ ସ୍ଥାନୀୟ ବାସୀ ଅଗ୍ନିଶମ ବିଭାଗ ଓ ଚାନ୍ଦବାଲି ଥାନାକୁ ଖବର ଦେଇଥିଲେ ।

ଘଟଣା ସ୍ଥଳରେ ଅଗ୍ନିସମ ବିଭାଗର ଟିମ ପହଁଚି ନଦୀରେ ପାୱାର ବୋଟ ମାଧ୍ୟମରେ ଖୋଜାଖୋଜୀ ଜାରି ରଖୁଛନ୍ତି । ନଦୀକୁ ଡେଇଁଥିବା ଯୁବତୀ ଜଣକ ରାଜକନିକା ବୁରୁଡ଼ିଆ ଗାଁରେ ଶ୍ରୀମନ ଜେନା ବୋଲି ସୂଚନା ମିଳିଛି ।

ଶ୍ରୀମନଙ୍କ ଘର ଚାନ୍ଦବାଲି ବ୍ଲକ ଓରାସାହି ନେଢୁଆଳି ଗାଁ ହୋଇଥିବା ବେଳେ ସେ ତାଙ୍କ ମାମୁ ଘରେ ରହି ପାଠ ପଢୁଥିବା ସୂଚନା ମିଳିଛି । ତେବେ ଯୁବତୀ ଜଣକ କାହିଁକି ନଦୀକୁ ଡେଇଁଲେ ତାହା ଏ ଯାଏଁ ସୂଚନା ମିଳିପାରିନାହିଁ l

Related Articles

Back to top button
WP Twitter Auto Publish Powered By : XYZScripts.com