ଓଡ଼ିଶା

ସନ୍ଧ୍ୟା ଭିତରେ ହୀରାକୁଦର ୧୨ଟି ଗେଟ୍ ବନ୍ଦ କରାଯିବ

ସମ୍ବଲପୁର, ୧୮/୦୮/୨୦୨୨-  ସନ୍ଧ୍ୟା ସୁଦ୍ଧା ଦୁଇଟି ପର୍ଯ୍ୟାୟରେ ୮ ଟି  ଗେଟ୍ ସହ ସମୁଦାୟ ୧୨ଟି ଗେଟ୍ ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୪ଟି ଗେଟ୍ ବନ୍ଦ ହୋଇସାରିଛି । ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୪ଟି ଏବଂ ଏହାର ୨ ଘଣ୍ଟା ପରେ ଆଉ ୪ଟି ଗେଟ୍ ବନ୍ଦ ହେବ । ବର୍ତ୍ତମାନ ହୀରାକୁଦରେ ମୋଟ୍ ୪୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ସନ୍ଧ୍ୟା ଭିତରେ ୧୨ଟି ଗେଟ୍ ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର । ତେବେ ହୀରାକୁଦର ୧୨ଟି ଗେଟ୍ ବନ୍ଦ ହେବା ପରେ ଆଉ ୨ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହ କମିବ ବୋଲି ଆଶା କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com