ଓଡ଼ିଶା

ORISSA ବଦଳରେ ODISHA ହାଇକୋର୍ଟ କରିବାକୁ ରାଜ୍ୟସଭାରେ ଦାବି

ଭୁବନେଶ୍ୱର() ଆଜି ରାଜ୍ୟସଭାର ଶୂନ୍ୟକାଳରେ ଉଠିଛି ହାଇକୋର୍ଟ ନାମ ପରିବର୍ତ୍ତନ ପ୍ରସଙ୍ଗ। ନାମ ପରିବର୍ତ୍ତନ ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ। ORISSA ବଦଳରେ ODISHA ହାଇକୋର୍ଟ କରିବାକୁ ଦାବି ରଖିଲେ। ସ୍ୱତନ୍ତ୍ର ଆଇନ ବଳରେ ନାମ ପରିବର୍ତ୍ତନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଶ୍ରୀ ଆଚାର୍ଯ୍ୟ। ରାଜ୍ୟର ନାମ ପୂର୍ବରୁ ORISSAରୁ ODISHAରେ ପରିବର୍ତ୍ତନ ହୋଇସାରିଛି। ଓଡ଼ିଶା ଲୋକଙ୍କ ଭାବାବେଗ ସହିତ ଜଡିତ ଥିବାରୁ ହାଇକୋର୍ଟଙ୍କ ନାଁ ପରିବର୍ତ୍ତନ ଆବଶ୍ୟକ ରହିଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ସୂଚନାରୁ ପ୍ରକାଶ, ପୂର୍ବରୁ ଆମ ରାଜ୍ୟର ନାଁ ORISSA ଥିଲା। ପରବର୍ତ୍ତୀ ସମୟରେ ରାଜ୍ୟର ନାଁ ବଦଳାଇ ODISHA ହୋଇଥିଲା। ଏହା ପରେ ସରକାରୀ ଓ ବେସରକାରୀ ଫାଇଲରେ ମଧ୍ୟ ବଦଳିଥିଲା ନାଁ। ORISSA ବଦଳରେ ଲେଖାଯାଇଥିଲା ODISHA। ହେଲେ ବଦଳିଲା ନାହିଁ ହାଇକୋର୍ଟଙ୍କ ନାଁ। ଏବେ ମଧ୍ୟ ORISSA ହାଇକୋର୍ଟ ଲେଖାଯାଉଛି। ତେଣୁ ଏହାର ନାଁ ବଦଳାଇ ODISHA ହାଇକୋର୍ଟ କରିବାକୁ ଆଜି ରାଜ୍ୟସଭାରେ ଦାବି କରିଛନ୍ତି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ।

Related Articles

Back to top button
WP Twitter Auto Publish Powered By : XYZScripts.com