ଓଡ଼ିଶା

ଦେଢ଼ ବର୍ଷର ଶିଶୁକୁ ମାରି ଆତ୍ମହତ୍ୟା କଲେ ବାପା-ମାଆ

ଭୁବନେଶ୍ୱର() ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ଅଭାବନୀୟ ଘଟଣା । ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି । ଦେଢ଼ ବର୍ଷର ଶିଶୁକୁ ହତ୍ୟା ପରେ ଲୁଗାରେ ଝୁଲି ପଡିଲେ ସ୍ବାମୀ ଓ ସ୍ତ୍ରୀ । ଆତ୍ମହତ୍ୟା କରିଥିବା ଦୁଇ ଜଣ ହେଉଛନ୍ତି ମହାରାଷ୍ଟ୍ରର ତୁଷାର ଜଗପାତ୍ ଓ ନିଲା ଜଗପାତ୍ । ପାରିବାରିକ କଳହରୁ ଏଭଳି ଘଟଣା ଘଟିଛି ବୋଲି ସୂଚନା ମିଳିଛି । ମହାରାଷ୍ଟ୍ରରେ ରହୁଥିବା ତୁଷାରଙ୍କ ବାପା ସାବତ ମାଆଙ୍କ ନାଁରେ ସମ୍ପତ୍ତି କରିଦେବାରୁ ଏଭଳି ନିଷ୍ପତ୍ତି ନେଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com