ଓଡ଼ିଶା

୩୧ ଦିନ ପରେ ଆନ୍ଦୋଳନକୁ ସ୍ଥଗିତ ରଖିଲେ ପ୍ରାଣୀ ଚିକିତ୍ସକ

୩୧ ଦିନ ପରେ ଆନ୍ଦୋଳନକୁ ସ୍ଥଗିତ ରଖିଲେ ପ୍ରାଣୀ ଚିକିତ୍ସକ । ଏନେଇ ରାଜ୍ୟ ପ୍ରାଣୀ ଚିକିତ୍ସକ ସଂଘ ଘୋଷଣା କରିଛି । ଗତ ୧୮ ତାରିଖରୁ ସାରା ରାଜ୍ୟରେ ପ୍ରାଣୀ ଚିକିତ୍ସକମାନେ ଆନ୍ଦୋଳନ କରିଆସୁଥିଲେ ।

ସାରା ରାଜ୍ୟର ୧୩ ଶହ ପ୍ରାଣୀ ଚିକିତ୍ସକ ସମୂହ ଛୁଟିରେ ରହିଥିଲେ । ଫଳରେ ପଶୁମାନଙ୍କ ଚିକିତ୍ସା ଏକ ପ୍ରକାର ବନ୍ଦ ହୋଇଯାଇଥିଲା । ଫଳରେ ରୋଗଗ୍ରସ୍ଥ ପଶୁ ହନ୍ତସନ୍ତ ହେବା ସହ ପଶୁପାଳକମାନେ ମଧ୍ୟ ହଇରାଣ ହେଉଥିଲେ । ହେଲେ ଏବେ ଆନ୍ଦୋଳନ ସ୍ଥଗିତ ରହିବା ପରେ ସେମାନଙ୍କୁ କିଛିଟା ଆଶ୍ୱସ୍ତି ମିଳିଛି।

Related Articles

Back to top button
WP Twitter Auto Publish Powered By : XYZScripts.com