ଓଡ଼ିଶା

ମାସ ଶେଷ ସୁଦ୍ଧା ବଦଳିବେ ପିସିସି ସଭାପତି-ମହମ୍ମଦ ମୋକ୍କିମ୍

କଟକ() ଥମୁନି କଂଗ୍ରେସ କନ୍ଦଳ । ଘଡିକେ ଘୋଡା ଛୁଟୁଛି । କିଏ କହୁଛି ପସିସି ସଭାପତି ପରିବର୍ତ୍ତନ କର ତ ଆଉ କିଏ କହୁଛି ପୁରା ପସିସି ପରିବର୍ତ୍ତନ କର । ଏସବୁ ଭିତରେ ବରିଷ୍ଠ କଂଗ୍ରେସ ନେତା ତଥା କଟକ ବାରବାଟି ବିଧାୟକ ମହମ୍ମଦ ମୋକ୍କିମ ବଡ଼ ବୟାନ ସାମ୍ନାକୁ ଆସୁଛି । ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟରେ ପିସିସି ସଭାପତି ପରିବର୍ତ୍ତନ ହେବ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନରେ କଂଗ୍ରେସ ଦଳର ଭଲ ପ୍ରଦର୍ଶନ କରିନାହିଁ । ନିର୍ବାଚନ ଫଳାଫଳ ବାହାରିବା ଦିନଠାରୁ ରାଜ୍ୟ ପିସିସିରେ ପରିବର୍ତ୍ତନ ପାଇଁ ଦାବି ଉଠିଛି । ଦଳର ବରିଷ୍ଠ ନେତା ଓ ବିଧାୟକମାନେ କ୍ୟାମେରା ସମ୍ମୁଖରେ ଆସି ପିସିସି ସଭାପତି ପରିବର୍ତ୍ତନ କରିବାକୁ ଦାବି କରିଥିଲେ । ଏପିରିକି କେହି କେହି ଦିଲ୍ଲୀରେ ହାଇକମାଣ୍ଡକୁ ମଧ୍ୟ ପିସିସି ସଭାପତି ପରିବର୍ତ୍ତନ ନେଇ ଅବଗତ କରିଛନ୍ତି । କିନ୍ତୁ ଏବେ ଯାଏଁ ପିସିସି ସଭାପତି ପରିବର୍ତ୍ତନ ନେଇ କିଛି ଠୋସ୍‌ ସୂଚନା ଆସିନାହିଁ । କିନ୍ତୁ ଏସବୁ ଭିତରେ ମହମ୍ମଦ ମୋକିମଙ୍କ ବୟାନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com