ଓଡ଼ିଶା

୪ ବିଜେଡ଼ି ପାର୍ଥ୍ରୀଙ୍କ ପାର୍ଥ୍ରୀପତ୍ର କାଏମ୍, ନିଦ୍ୱର୍ନ୍ଦରେ ହେବେ ନିର୍ବାଚିତ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ନାମାଙ୍କନ ପ୍ରତ୍ୟାହାରର ଅବଧି ଶେଷ ହୋଇଛି । ବିଜେଡ଼ିର ସମସ୍ତ ୪ ଜଣ ପାର୍ଥ୍ରୀ ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ସୁଲତା ଦେଓ ଏବଂ ନିରଞ୍ଜନ ବିଶିଙ୍କ ପାର୍ଥ୍ରୀପତ୍ର କାଏମ୍ ରହିଛି । ଏହି ସବୁ ପାର୍ଥ୍ରୀଙ୍କ ବିରୋଧରେ କେହି ଛିଡ଼ା ହୋଇ ନଥିବାରୁ ଏମାନେ ସମସ୍ତେ ନଦ୍ୱର୍ନ୍ଦରେ ରାଜ୍ୟ ସଭାକୁ ନିର୍ବାଚିତ ହେବେ । ଜୁଲାଇ ୧ ତାରିଖରେ ପ୍ରସନ୍ନ ଆଚାର୍ଯ୍ୟ ଏନ. ଭାସ୍କର ରାଓ ଓ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ, ଏହି ୩ ଆସନରେ ନିର୍ବାଚନ ହେଉଛି । ସେହିପରି କଟକ ମେୟର ଭାବେ ସୁବାସ ସିଂ ନିର୍ବାଚିତ ହେବା ପରେ ତାଙ୍କ ଆସନରେ ଉପନିର୍ବାଚନ ହେଉଛି । ଏହି ଆସନ ପାଇଁ ବିଜେଡି ପ୍ରାର୍ଥୀ ନିରଞ୍ଜନ ବିଶି ନାମାଙ୍କନ ଦାଖଲ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com