ଓଡ଼ିଶା

ଭୁବନେଶ୍ୱରର ୭ ଟି ସ୍ଥାନରେ ବିକ୍ରି ହେବ ବାଣ, ଜାଣନ୍ତୁ କେଉଁଠି ?

ଭୁବନେଶ୍ୱର, ୧୯ /୧୦/୨୦୨୨-   ଭୁବନେଶ୍ୱରର ୭ ଟି ସ୍ଥାନରେ ବାଣ ବିକ୍ରି ହେବ । କମିସନରେଟ ପୋଲିସ, ଅଗ୍ନିଶମ ବିଭାଗ ଅନୁମତି ମିଳିବା ପରେ ବିକ୍ରି ହେବ ବାଣ । ଏଥିପାଇଁ ଦୋକାନୀଙ୍କୁ ଶହେ ବର୍ଗଫୁଟ ପାଇଁ ପ୍ରତିଦିନ ୧୬୦ ଟଙ୍କା ହିସାବରେ ବିଏମସିକୁ ଭଡ଼ା ଦେବାକୁ ପଡ଼ିବ । ଗାଡ଼କଣ ଶବରସାହି ମେଲଣ ପଡ଼ିଆ, ବମିଖାଲରେ ରସୁଲଗଡ଼ ଦୁର୍ଗାପୂଜା ମଣ୍ଡପ, ପାଣ୍ଡରା ଠାରେ ବିଜୁ ପଟ୍ଟନାୟକ ଖେଳ ପଡ଼ିଆ, ବାପୁଜୀନଗରରେ ୟୁନିଟ-୧ ସରକାରୀ ହାଇସ୍କୁଲ ପଛପାଖରେ ବିକ୍ରି ହେବ ବାଣ । ସେହିପରି ଲକ୍ଷ୍ମୀସାଗରରେ ଲକ୍ଷ୍ମୀସାଗର ମେଲଣ ପଡ଼ିଆ, ବଡ଼ଗଡ଼ରେ ବଡ଼ଗଡ଼ ଶ୍ମଶାନ ସାମ୍‌ନା ଓ ବିଡିଏ ମାର୍କେଟ ପଛ ପାଖରେ ବାଣ ଦୋକାନ ଖୋଲିବ।

 

Related Articles

Back to top button
WP Twitter Auto Publish Powered By : XYZScripts.com