ଓଡ଼ିଶା

ଅନିର୍ଦ୍ଦିଷ୍ଟ କାଳ ପାଇଁ ମାର୍କେଟ ବିଲ୍ଡିଂ ବନ୍ଦ

ଭୁବନେଶ୍ୱର, ୩୧/୦୭/୨୦୨୨- ଭୁବନେଶ୍ୱର ୟୁନିଟ-୨ ସ୍ଥିତ ମାର୍କେଟ ବିଲ୍ଡିଂରେ  ସ୍ଥାୟୀ ଓ ଅସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ଗଣ୍ଡଗୋଳ । ସ୍ଥାୟୀ ଦୋକାନୀ ସଂଘ ଅସ୍ଥାୟୀ ଦୋକାନୀମାନଙ୍କୁ ଦୋକାନ ହଟାଇବା ପାଇଁ କହିଥିଲେ । ବାରଣ ସତ୍ତ୍ୱେ ଦୋକାନ ଖୋଲିବାରୁ ଗଣ୍ଡଗୋଳ ହୋଇଛି । ଗଣ୍ଡଗୋଳ ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ମାର୍କେଟ ବିଲ୍ଡିଂକୁ ବନ୍ଦ କରାଯାଇଛି ।  ବ୍ୟବସାୟୀ ସଂଘ ବନ୍ଦ ନେଇ ସୂଚନା ଦେଇଛି । ବିଏମସିର ନିୟମ ଅନୁସାରେ ସେମାନେ ଦୋକାନ ପକାଇ ପାରିବେନି ବୋଲି ତାଙ୍କୁ ଚେତାବନୀ ଦେଇଥିଲେ । ହେଲେ ଅସ୍ଥାୟୀ ଦୋକାନ ବିରୋଧ କରିବାରୁ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ଖବର ପାଇ କ୍ୟାପିଟାଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ସ୍ଥିତିକୁ ନିୟନ୍ତ୍ରଣ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com