ଓଡ଼ିଶା

ନିର୍ବାଚନ ପୂର୍ବରୁ ହିଂସା: ଘରେ ଭଙ୍ଗାରୁଜା ସହ ଗାଡି ଭାଙ୍ଗିଲେ,୪ ଆହତ

ଭଦ୍ରକ() ନିର୍ବାଚନ ପୂର୍ବରୁ ହିଂସା । ଘରେ ପଶି ଭଙ୍ଗାରୁଜା ସହ ଗାଡି ଭାଙ୍ଗିଲେ ଦୁର୍ବୃତ୍ତ । ଏଥିରେ ୪ ଜଣ ଆହତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରି ଥାନା ସୋଳମପୁର ଗାଁରେ ଘଟିଛି ହିଂସାକାଣ୍ଡ । ଏହି ହିଂସାକାଣ୍ଡ ରେ ୪ଜଣ ଆହତ ହୋଇ ଯାଜପୁର ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଜଣେ ଅଧିକ ଗୁରୁତର ହେବାରୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ।

ଷୋଳମପୁର ପଞ୍ଚାୟତରେ ବିଳମ୍ବିତ ରାତିରେ ଗୋଟିଏ ଦଳର କେତେକ କର୍ମୀ ସଂଘବଦ୍ଧ ହୋଇ ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ । ଏହି ଘଟଣାରେ ଅନେକ କର୍ମୀ ଆହତ ହେବା ସହିତ ୪ ଜଣ ଆହତ ହୋଇ ଯାଜପୁର ସଦର ମେଡିକାଲର ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଜଣେ ଗୁରୁତର ହେବାରୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆକ୍ରମଣରେ ୬ ଟି ବାଇକ୍ ୩ ଗୋଟି କମ୍ପ୍ୟୁଟର, ସାଇକେଲ ସହିତ ୫ ବଖରା ଘର ଭାଙ୍ଗିବା ସହିତ ପଥର ମାଡ ହୋଇଥିବା ସୂଚନା ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com