ଓଡ଼ିଶା

ମା ତାରାତାରିଣୀ ପୀଠର ନବକଳେବର ଲୋକାର୍ପିତ , ଦେବୀଙ୍କ ପୂଜାର୍ଚ୍ଚନା ସହ ଲୋକାପର୍ଣ କଲେ ମୁୂଖ୍ୟମନ୍ତ୍ରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ମା’ତାରାତାରିଣୀଙ୍କ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦର ହେଲା ଲୋକାର୍ପଣ । ସ୍ବତନ୍ତ୍ର ପ୍ରତିଷ୍ଠା ମହୋତ୍ସବରେ ଯୋଗଦେଇ ମାଙ୍କ ନୂତନ ମନ୍ଦିର ଓ ବିଭିନ୍ନ ବ୍ୟବସ୍ଥାର କରିଲେ ଲୋକାର୍ପଣ । ପ୍ରତିଷ୍ଠା ଯଜ୍ଞରେ ଯୋଗଦେବା ସହ ସମଗ୍ର ଓଡ଼ିଶାବାସୀଙ୍କ ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ମାଙ୍ଗଳିକ କାର‌୍ୟ୍ୟରେ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ବ୍ୟକ୍ତି ବିଶେଷ, ଉଦ୍ୟୋକ୍ତା, ଶିଳ୍ପୀ ଓ କାରିଗରଙ୍କୁ ସାଧୁବାଦ ଜଣାଇଛନ୍ତି । ଏହି ପବିତ୍ର ଅବସରରରେ ମୁଖ୍ୟମନ୍ତ୍ରୀ ପୀଠର ପର‌୍ୟ୍ୟଟନ ବିକାଶ ଓ ଋଷିକୂଲ୍ୟା ନଦୀତଟ ଉନ୍ନତିକରଣ କାର‌୍ୟ୍ୟ ଅଗ୍ରଗତ ଅନୁଧ୍ୟାନ କରିଥିଲେ । ଉତ୍ସବରେ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ନାତି ସ୍ମିତେଶ ମହାପାତ୍ର ଓ ଅନ୍ୟତମ ସ୍ଥପତି ନାରାୟଣ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । କାର‌୍ୟ୍ୟକ୍ରମରେ ଉଦବୋଧନ ଦେଇ ବାଚସ୍ପତି ସୂର‌୍ୟ୍ୟନାରାୟଣ ପାତ୍ର ଓ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ତାରାତାରିଣୀ ମନ୍ଦିରର ରୂପାନ୍ତରଣ ରାଜ୍ୟ ସରକାରଙ୍କ ୫ଞ କାର‌୍ୟ୍ୟକ୍ରମର ଜ୍ବଳନ୍ତ ଉଦାହରଣ ବୋଲି କହିଛନ୍ତି । ଏହି କାର‌୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକ, ୫ଞ ସଚିବ ଭି. କେ. ପାଣ୍ଡିଆନ୍ ଓ ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ପ୍ରାଶାସନିକ ଅଧିକାରୀ ଯୋଗ ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com